Latest Odisha News

BREAKING NEWS

ଦେଶର ୨.୯୬ କୋଟିରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଖରେ ନାହିଁ ଡିଜିଟାଲ୍‌ ଉପକରଣ; ବିହାରରେ ସର୍ବାଧିକ

ନୂଆଦିଲ୍ଲୀ: ମହାମାରୀ ସମୟରେ ସ୍କୁଲ ବନ୍ଦ ଯୋଗୁଁ ଶିକ୍ଷଣ ପ୍ରକ୍ରିୟା ଅନଲାଇନରେ ଚାଲିଛି। ମହାମାରୀ କରୋନା ଯୋଗୁ ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍କୁଲ ଯିବା ପରିବର୍ତ୍ତେ ସେମାନଙ୍କୁ ଅନ୍‌ଲାଇନ୍‌ ଶିକ୍ଷା ଦିଆଯାଉଛି। ଯେପରି ପିଲାମାନେ କରୋନା କାଳରେ ବି ଶିକ୍ଷା ଗ୍ରହଣରୁ ବଞ୍ଚିତ ନରହିବେ। ତେବେ ସୋମବାର ଲୋକସଭାରେ ଉପସ୍ଥାପିତ ସରକାରୀ ତଥ୍ୟ ଅନୁଯାୟୀ ୨୪ ଟି ରାଜ୍ୟରେ ୨.୯୬ କୋଟିରୁ ଅଧିକ ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଖରେ ନାହିଁ ଡିଜିଟାଲ୍‌ ଉପକରଣ। ଏହି ତାଲିକାରେ ସବୁଠୁ ଆଗରେ ରହିଛି ବିହାର।

ମୋଟ ୨.୯୬ କୋଟିରୁ ଦିଲ୍ଲୀରେ ପ୍ରାୟ (୪ ପ୍ରତିଶତ) ଜାମ୍ମୁ କାଶ୍ମୀର (୭୦ ପ୍ରତିଶତ), ମଧ୍ୟପ୍ରଦେଶ (୭୦ ପ୍ରତିଶତ), ପଞ୍ଜାବ (୪୨ ପ୍ରତିଶତ) ଏବଂ ଛତିଶଗଡ (୨୮.୨୭ ପ୍ରତିଶତ) ର ଛାତ୍ରଛାତ୍ରୀଙ୍କ ପାଖରେ ନାହିଁ ଡିଜିଟାଲ୍‌ ଡିଭାଇସ୍‌।

ପଶ୍ଚିମବଙ୍ଗ ପାଇଁ ସର୍ଭେ ପ୍ରକ୍ରିୟା ଚାଲିଥିବାବେଳେ ଅରୁଣାଚଳ ପ୍ରଦେଶ, ଗୋଆ, ମହାରାଷ୍ଟ୍ର, ମଣିପୁର ଏବଂ ଉତ୍ତରପ୍ରଦେଶ ସମେତ ରାଜ୍ୟଗୁଡିକ ପାଇଁ ତଥ୍ୟ ଉପଲବ୍ଧ ନାହିଁ।

ସଂପୂର୍ଣ୍ଣ ସଂଖ୍ୟା ଦୃଷ୍ଟିରୁ ବିହାରରେ ସର୍ବାଧିକ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧.୪୩ କୋଟି ରହିଛି, ତା’ପରେ ରହିଛି ଝାଡଖଣ୍ଡ (୩୫.୫୨ ଲକ୍ଷ), କର୍ଣ୍ଣାଟକ (୩୧.୩୧ ଲକ୍ଷ) ଏବଂ ଆସାମ (୩୧.୦୬ ଲକ୍ଷ) ରହିଛି। ଉତ୍ତରାଖଣ୍ଡରେ ଏହିପରି ୨୧ ଲକ୍ଷ ପିଲା ଅଛନ୍ତି।

ଡିଜିଟାଲ ଉପକରଣ ବିନା ୧୦ ଲକ୍ଷରୁ ଅଧିକ ପିଲା ଥିବା ଅନ୍ୟ ରାଜ୍ୟଗୁଡ଼ିକ ହେଉଛି ହରିୟାଣା, ଓଡିଶା ଏବଂ ତାମିଲନାଡୁ। ଏହି ବର୍ଗରେ କେରଳର ୯.୫ ଲକ୍ଷ ପିଲା ଅଛନ୍ତି ବୋଲି କୁହାଯାଇଛି।

Leave A Reply

Your email address will not be published.