ମୁମ୍ବାଇ: ହିନ୍ଦୀ ଚଳଚ୍ଚିତ୍ର ଜଗତର ହିଟ୍ ମୁଭି ‘ହମ୍ ଆପ୍କେ ହୈ କୌନ୍’ ଆଜି ୨୭ ବର୍ଷ ପୂରିଛି। ଏବେ ବି ଦର୍ଶକଙ୍କ ଆଦୃତ ଲାଭ କରିଛି ଏହି ମୁଭି। ଫିଲ୍ମର ସମସ୍ତ ଚରିତ୍ରଠୁ ନେଇ ଡାଏଲଗ୍ ଏବଂ ଗୀତ ସଂରଚନା ବେଶ୍ ଦମ୍ଦାର ଥିଲା। ଏଥିରେ ସଲ୍ମାନ ଏବଂ ମାଧୁରୀଙ୍କ ଯୋଡିକୁ ବେଶ୍ ପସନ୍ଦ କରିଥିଲେ ଦର୍ଶକ। ଯାହା ଆଜି ବି ଦର୍ଶକଙ୍କ ହୃଦୟରେ ତାଜା ରହିଛି।
ଏହି ଅବସରରେ ନିର୍ଦ୍ଦେଶକ ସୁରଜ ବଡଜାତ୍ୟ ଫିଲ୍ମକୁ ନେଇ ଏକ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ଇଣ୍ଡଷ୍ଟ୍ରିର କେବଳ ଦୁଇଜଣ ବ୍ୟକ୍ତି ଏହି ଫିଲ୍ମକୁ ପ୍ରକୃତରେ ପସନ୍ଦ କରନ୍ତି ଜଣେ ହେଉଛନ୍ତି ସଲମାନ ଖାନଙ୍କ ପିତା ଭେଟେରାନ ଲେଖକ ସଲିମ ଖାନ ଏବଂ ଆଦିତ୍ୟ ଚୋପ୍ରା।
ସୁରଜ କହିଛନ୍ତି ଯେ ଫିଲ୍ମ ନିର୍ମାଣ ସମୟରେ ଏଥିରେ ୧୪ଟି ଟି ଗୀତ ଥିଲା। ଏଥିପାଇଁ ୫୦ରୁ ୭୦ ଥର ଟ୍ରାଏଲ୍ ମଧ୍ୟ କରାଯାଇଥିଲା। ଦୁଇ ଜଣ ଏହାକୁ ପ୍ରକୃତରେ ଭଲ ପାଉଥିଲେ, ଜଣେ ସଲିମ ଅଙ୍କଲ୍, ଅନ୍ୟ ଜଣେ ହେଉଛନ୍ତି ଆଦିତ୍ୟ ଚୋପ୍ରା।
ଲିବର୍ଟି ସିନେମାରେ ଏହି ଗୀତଗୁଡିକର ଏକ ବଡ଼ ଟ୍ରାଏଲ୍ ହୋଇଥିଲା ଏବଂ ସେଠାରେ ପୁରା ଇଣ୍ଡଷ୍ଟ୍ରି ଉପସ୍ଥିତ ଥିଲା। ଯେତେବେଳେ ସେ ସ୍କ୍ରିନିଂ ପରେ ବାହାରକୁ ଆସିଲେ ସେତେବେଳେ ସୁରଜ ଗୀତ ସମୟରେ ଲୋକମାନେ ଉଠି ଚାଲିଯିବାର ଦେଖିଥିଲେ। କିନ୍ତୁ ସଲିମ୍ ଅଙ୍କଲ ଏବଂ ଆଦିତ୍ୟ ଚୋପ୍ରା ମୋତେ ଆଶ୍ବସନା ଦେଇଥିଲେ ଏବଂ କହିଥିଲେ ଯେ ‘ୟେ ସବ୍କେ ସାଥ ହୋତା ହୈ, ତୁମେ ତୁମର ପରବର୍ତ୍ତୀ କାମ ଆରମ୍ଭ କର’।