Latest Odisha News

BREAKING NEWS

୧୩୫ ଦେଶକୁ ବ୍ୟାପିଲାଣି ଡେଲ୍‌ଟା ପ୍ରଜାତି

ନୂଆଦିଲ୍ଲୀ: କରୋନାର ଅତ୍ୟଧିକ ସଂକ୍ରାମକ ପ୍ରଜାତି ଡେଲଟା ବର୍ତ୍ତମାନ ୧୩୫ଟି ଦେଶକୁ ମାଡିଗଲାଣି। ଏ ନେଇ ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ତଥ୍ୟ ପ୍ରକାଶ ପାଇଛି। ବିଶ୍ବସ୍ତରରେ କରୋନାଭାଇରସ୍ ସଂକ୍ରମିତ ସଂଖ୍ୟା ଆସନ୍ତା ସପ୍ତାହ ସୁଦ୍ଧା ୨୦୦ ମିଲିୟନ୍‌ ଅତିକ୍ରମ କରିବ ବୋଲି ହୁ ଚେତାଇ ଦେଇଛି।

ରିପୋର୍ଟ ଅନୁଯାୟୀ ସାରା ବିଶ୍ବର ୧୩୨ ଟି ଦେଶରେ ବିଟା ଭାରିଆଣ୍ଟର କାୟା ବିସ୍ତାର କରିଥିବା ବେଳେ ୮୧ଟି ଦେଶରେ ଗାମା ପ୍ରଜାତି ଅନେକ ମାମଲା ରିପୋର୍ଟ ହୋଇଛି।

ଏଥିରେ କୁହାଯାଇଛି ଯେ ଆଲଫା ଭାରିଆଣ୍ଟ ମାମଲା ୧୮୨ଟି ଦେଶରେ ବ୍ୟାପିଥିବା ବେଳେ ୧୩୫ଟି ଦେଶ ଡେଲଟା ଭାରିଆଣ୍ଟର ପ୍ରକୋପ ଦେଖିବାକୁ ମିଳିଛି। ଉଲ୍ଲେଖ ଥାଉ କି,  ଡେଲ୍‌ଟା ପ୍ରଜାତି ପ୍ରଥମେ ଭାରତରେ ଚିହ୍ନଟ ହୋଇଥିଲା।

Leave A Reply

Your email address will not be published.