ଓମ୍ ପ୍ରକାଶ ଜିନ୍ଦଲଙ୍କ ୯୧ତମ ଜୟନ୍ତୀ ଅବସରରେ
ଓ ପି ଜିନ୍ଦଲ, ବାଉଜୀ ତାଙ୍କର ଅସଂଖ୍ୟ ପ୍ରଶଂସକଙ୍କ ନିକଟରେ ଜଣେ ଦୂରଦ୍ରଷ୍ଟା ବ୍ୟକ୍ତି ଭାବରେ ପରିଚିତ ଥିଲେ । ନିଜ ମାତୃଭୂମି ପ୍ରତି ଥିବା ଗଭୀର ଭଲପାଇବା ହିଁ ତାଙ୍କୁ ଭାରତକୁ ଆତ୍ମନିର୍ଭର କରାଇବା ସହିତ ଦେଶର ଅନେକ ଦୁସ୍ଥ ଓ ଗରିବମାନଙ୍କର କଲ୍ୟାଣ ନିମନ୍ତେ ପ୍ରୋତ୍ସାହିତ କରିଥିଲା ।
ଆନୁଷ୍ଠାନିକ ଶିକ୍ଷାର ଅଭାବ କେବେ ମଧ୍ୟ ତାଙ୍କ ଉନ୍ନତି ପଥରେ ବାଧା ସାଜି ପାରିନଥିଲା କାରଣ, ରାଷ୍ଟ୍ର ନିର୍ମାଣ ଭଳି ମହତ୍ ଆଦର୍ଶକୁ ସିଦ୍ଧାନ୍ତ ଭାବରେ ଗ୍ରହଣ କରି ସେ ଏକ ବିଶାଳ କର୍ପୋରେଟ୍ ସାମ୍ରାଜ୍ୟ ସ୍ଥାପନ କରିପାରିଥିଲେ । ପ୍ରକୃତରେ ତାଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଅନେକ ଅଭିନବ ପଦକ୍ଷେପ ଆଜି ମଧ୍ୟ ଅନେକ ବିଜିନେସ୍ ସ୍କୁଲ୍ ସ୍ତରରେ ‘କେସ୍ ଷ୍ଟଡି’ ଭାବରେ ବ୍ୟବହୃତ ହେବା ଯୋଗ୍ୟ ଅଟେ । ଯେତେବେଳେ ସେ ସାର୍ବଜନୀନ ଜୀବନକୁ ପ୍ରବେଶ କଲେ ସେତେବେଳେ ମଧ୍ୟ କେବଳ ବଞ୍ଚିତ ଓ ଦଳିତମାନଙ୍କୁ ଏକ ଉତ୍ତମ ଭବିଷ୍ୟତ ପ୍ରଦାନ ନିମନ୍ତେ ଉଦ୍ୟମ କରିଥିଲେ ।
୧୯୩୦ ମସିହା, ଅଗଷ୍ଟ ମାସ ୭ ତାରିଖରେ ହରିଆନାର ହିସାର ଜିଲ୍ଲା ନାଲ୍ୱାର ଏକ କୃଷକ ପରିବାରରେ ଜନ୍ମିତ ଶ୍ରୀ ଜିନ୍ଦଲଙ୍କ ମନରେ ପିଲାବେଳଠାରୁ ହିଁ ବିଭିନ୍ନ ପ୍ରକାରର ଯାନ୍ତ୍ରିକ ଉପକରଣ ବା ମେସିନ୍ ପ୍ରତି ଦୁର୍ବଳତା ରହିଥିଲା । ସେ ମାଟ୍ରିକ୍ ପାସ୍ କରିଥିଲେ, କିନ୍ତୁ ନିଜସ୍ୱ ଚିନ୍ତାଧାରା ଏବଂ ଆଗ୍ରହ ଦ୍ୱାରା ହିଁ ସେ ଏକ ବୃହତ ପରିବର୍ତ୍ତନର ସୂତ୍ରଧର ପାଲଟି ଥିଲେ ଏବଂ ଭାରତକୁ ଆତ୍ମନିର୍ଭର କରିବାର ଦୃଢ଼ସଂକଳ୍ପ ଯୋଗୁଁ ବାଉଜୀ ‘ମେସିନ୍ ସହ କଥାହେଉଥିବା ବ୍ୟକ୍ତି’ର ପରିଚୟ ସୃଷ୍ଟି କରିବାରେ ସମର୍ଥ ହୋଇଥିଲେ ।
ସେ ହରିଆନାରେ ଜନ୍ମ ହୋଇଥିଲେ ମଧ୍ୟ ସମଗ୍ର ଭାରତ ଥିଲା ତାଙ୍କର କର୍ମଭୂମୀ । ଶ୍ରୀ ଜିନ୍ଦଲ୍ କୋଲକାତା ନିକଟରେ ଥିବା ଲିଲୁଆ ଠାରେ ୧୯୫୨ ମସିହାରେ ଷ୍ଟିଲ ପାଇପ୍, ବେଣ୍ଡ୍ସ ଓ ସକେଟ୍ ଫ୍ୟାକ୍ଟ୍ରି ପ୍ରତିଷ୍ଠା କରିଥିଲେ । ସେ ହିସାର ଫେରିଲା ପରେ ୧୯୬୦ରେ ସେଠାରେ ଆଇରନ୍ ଓ ଷ୍ଟିଲ୍ ଫ୍ୟାକ୍ଟ୍ରି ପ୍ରତିଷ୍ଠା କଲେ । ଏହା ଭାରତମାତାଙ୍କର ଏକ ଗର୍ବିତ ମନ୍ଦିର ସମାନ ଅନୁଷ୍ଠାନ ଓ.ପି. ଜିନ୍ଦଲ ଗ୍ରୁପ୍ ପ୍ରତିଷ୍ଠାର ଅୟମାରମ୍ଭ ଥିଲା ।
ସେ ଥିଲେ ଜଣେ ଇଂଜିନିଅରିଂ ଜିନିଅସ୍ ବା ଯାନ୍ତ୍ରିକ କ୍ଷେତ୍ରରେ ବିଚକ୍ଷଣ ପ୍ରତିଭାସମ୍ପନ୍ନ ବ୍ୟକ୍ତି । ସେ ସ୍ୱଦେଶୀ ଜ୍ଞାନକୌଶଳ ପ୍ରୟୋଗ କରି ଏକ ପାଇପ୍ ମିଲ୍ ପ୍ରତିଷ୍ଠା କରିଥଲେ । ୧୯୭୦ରେ ସେ ଜିନ୍ଦଲ ଷ୍ଟ୍ରିପ୍ସ ଲିମିଡେଟ୍ ପ୍ରତିଷ୍ଠା କଲେ । ସେ କର୍ମମୟ ଜୀବନ ଆରମ୍ଭରୁ ହିଁ ଆର୍ ଆଣ୍ଡ ଡି କ୍ଷେତ୍ରରେ ବିକାଶ ନିମନ୍ତେ ପ୍ରଚେଷ୍ଠା ଜାରି ରଖିଥିଲେ । ପରବର୍ତ୍ତୀ ସମୟରେ ଛତିଶଗଡ଼ର ରାଇଘର ଠାରେ ତାଙ୍କର ମୁଖ୍ୟ କାର୍ଯ୍ୟାଳୟ ପ୍ରତିଷ୍ଠା କରିଥିଲେ ଯେଉଁଠାରେ ସେ ତାଙ୍କ ଗ୍ରୁପ୍ର ସଂପ୍ରସାରଣ ନିମନ୍ତେ ଯୋଜନା ପ୍ରସ୍ତୁତ କରୁଥିଲେ । ଜେଏସ୍ପିଏଲ୍ର କୋଲ୍ ବେସ୍ଡ ସ୍ପଞ୍ଜ ଆଇରନ୍ ପ୍ଲାଣ୍ଟ ଯାହାକି ବିଶ୍ୱର ଅନ୍ୟତମ ସର୍ବବୃହତ ରୁ ବାଉଜୀଙ୍କର ରାଷ୍ଟ୍ରନିର୍ମାଣ ପ୍ରତି ଥିବା ପ୍ରତିବଦ୍ଧତା ସ୍ପଷ୍ଟ ବାରି ହୋଇପଡେ ।
୧୯୯୦ରେ ସେ କୋଇଲରୁ ଗ୍ୟାସ ତିଆରି କରି ଏବଂ ତାହାକୁ ଡି.ଆର.ଆଇ. ପ୍ଲାଣ୍ଟରେ ବ୍ୟବହାର କରି ଷ୍ଟିଲ୍ ନିର୍ମାଣ ସମ୍ପର୍କରେ ଚିନ୍ତା କରିଥିଲେ । ଶ୍ରୀ ଓପି ଜିନ୍ଦଲଙ୍କ ସୁପୁତ୍ର ଶ୍ରୀ ନବୀନ ଜିନ୍ଦଲଙ୍କ ନେତୃତ୍ବରେ ଜେଏସ୍ପିଏଲ୍ ର ଅନୁଗୁଳ ଠାରେ ଥିବା ୟୁନିଟ୍ ବିଶ୍ୱର ପ୍ରଥମ କିମ୍ପାନୀ ଭାବରେ ତାଙ୍କର ଏହି ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିଛି । ଏହା ପ୍ରକୃତରେ ବାଉଜୀଙ୍କ ସ୍ୱପ୍ନର ବାସ୍ତବତାକୁ ପ୍ରମାଣିତ କରୁଛି ।
ଶିଳ୍ପ ଜଗତର ଜଣେ ଆଦର୍ଶ, ଜଣେ ଉଦ୍ୟୋଗୀ ଭାବରେ ଶ୍ରୀ ଜିନ୍ଦଲ, ସର୍ବଦା ପ୍ଲାଣ୍ଟ ନିକଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କ ବିକାଶ ନିମନ୍ତେ ପଦକ୍ଷେପ ନେଉଥିଲେ । ଆଜିର ସମୟରେ ସିଏସ୍ଆରର ଅର୍ଥରେ ଭିନ୍ନତା ସୃଷ୍ଟି ହୋଇଛି ସତ, କିନ୍ତୁ ବାଉଜୀଙ୍କର ଗୋଷ୍ଠୀର ବିକାଶ ନିମନ୍ତେ ସ୍କୁଲ, ଡାକ୍ତରଖାନା ନିର୍ମାଣ ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ ପ୍ରତି ପ୍ରତିଶ୍ରୁତିବଦ୍ଧତା ତାଙ୍କର ବ୍ୟବସାୟୀକ ଦର୍ଶନର ମୂଳଦୁଆ ଥିଲା ।
ଜଣେ ଉଦ୍ୟୋଗପତି ଏବଂ ଜୀବନର ଅନ୍ୟ ସମସ୍ତ କ୍ଷେତ୍ରରେ ଜଣେ ଅନୁକରଣୀୟ ବ୍ୟକ୍ତିତ୍ୱ ଭାବରେ ଶ୍ରୀ ଓ.ପି. ଜିନ୍ଦଲଙ୍କ ଜୀବନୀରୁ ଶିଳ୍ପ ଜଗତକୁ ଅନେକ ଆଧୁନିକ ପରିଚାଳନାଗତ ସିଦ୍ଧାନ୍ତ ଶିଖିବାକୁ ମିଳିପାରିବ ଓ ଅନେକ କେସ୍ ଷ୍ଟଡିଜ୍ ମଧ୍ୟ ମିଳିପାରିବ ।
ଉଦାହରଣ ସ୍ୱରୂପ ବାଉଜୀ କେବେ ମଧ୍ୟ କାହା ପାଇଁ ତାଙ୍କର କାର୍ଯ୍ୟାଳୟର ପ୍ରବେଶ ପଥ ବନ୍ଦ କରୁନଥିଲେ ଓ ଏକ ଓପନ ଡୋର ପଲିସି କାର୍ଯ୍ୟକାରୀ କରୁଥିଲେ । ସେ ବ୍ୟକ୍ତିଗତ ସହାୟକ ବା ସେକ୍ରେଟାରୀ ରଖିବାକୁ ପସନ୍ଦ କରୁନଥିଲେ ଯିଏକିି ତାଙ୍କର ଏବଂ ଲୋକମାନଙ୍କ ଭିତରେ ଏକ ଆଢ଼ୁଆଳ ହୋଇ ଛିଡା ହେବ । ସେ ସର୍ବଦା ସମସ୍ତଙ୍କ ପାଇଁ ସମୟ ଦେଉଥିଲେ ଏବଂ ସମସ୍ତଙ୍କ ସମସ୍ୟା ଶୁଣିବାକୁ ଉପଲବ୍ଧ ଥିଲେ ।
ଏକଦା, ଏକ ସଭାରେ ଯେତେବେଳେ ବାଉଜୀ ଜାଣିବାକୁ ପାଇଲେ ଯେ, ତାଙ୍କ ଡ୍ରାଇଭରଙ୍କ ପାଇଁ ଖାଇବା ବ୍ୟବସ୍ଥା ହୋଇନାହିଁ ସେ, ନିଜେ ମଧ୍ୟ ସେଠାରେ ଖାଇବାକୁ ମନା କରିଦେଇଥିଲେ । ଏହା ଥିଲା ନିଜ ଲୋକମାନଙ୍କ ପାଇଁ ବାଉଜୀଙ୍କର ନିଚ୍ଛକ ଭଲପାଇବା ।
ଶ୍ରୀ ଜିନ୍ଦଲ ଲୋକମାନଙ୍କର ଏବଂ ମୁଖ୍ୟତଃ ହରିଆନାର ଲୋକମାନଙ୍କର ସେବା କରିବା ଉଦ୍ଦେଶ୍ୟରେ ସକ୍ରିୟ ରାଜନୀତିରେ ଯୋଗଦେଇଥିଲେ । ୧୯୯୧ ମସିହାରେ ସେ ବିଧାନ ସଭା ସଦସ୍ୟ ଏବଂ ୧୯୯୬ରେ ଲୋକସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ ଏବଂ ୨୦୦୫ ମସିହାରେ ସେ ହରିଆନାର ଶକ୍ତିମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଭାର ଗ୍ରହଣ କରିଥିଲେ ।
ଶିଳ୍ପ ଜଗତରେ ଜଣେ ନେତୃ ସ୍ଥାନୀୟ ବ୍ୟକ୍ତିତ୍ୱ ଭାବରେ ହେଉ ଅବା ଜଣେ ଜନପ୍ରତିନିଧି ଭାବରେ ହେଉ ବା ଜଣେ ସମାଜସେବୀ ଭାବରେ ହେଉ, ବିଭିନ୍ନ ପ୍ରକାର ରାଜନୈତିକ ଏବଂ ଆର୍ଥିକ ଯୋଜନାର ଲାଭ ଯେଭଳି ସୁନିଶ୍ଚିତ ଭାବରେ ଗରିବ, ଦଳିତ, ପଛୁଆ ବର୍ଗର ଲୋକଙ୍କ ନିକଟରେ ପହଞ୍ଚିବ ସେଥିପାଇଁ ବାଉଜୀ ସର୍ବଦା ଚେଷ୍ଟା କରିଛନ୍ତି ଏବଂ ଏହି ଗୋଷ୍ଠୀକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବା ପାଇଁ ସର୍ବଦା ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି ।
ସମାଜର ପଛୁଆ ବର୍ଗ ପରିବାର ମାନଙ୍କର ନିରନ୍ତର ସର୍ବାଙ୍ଗୀନ ବିକାଶ ନିମନ୍ତେ ଶ୍ରୀ . ଜିନ୍ଦଲଙ୍କର ଦର୍ଶନ ଏବଂ ପ୍ରତିଶ୍ରୁତିବଦ୍ଧତା ଆଜିର ତାରିଖରେ ଜିନ୍ଦଲ ଗ୍ରୁପ ଦର୍ଶନର ମୂଳଦୁଆ । ଦି ଓ ପି ଜିନ୍ଦଲ ଗ୍ରୁପ୍ ହେଉଛି ଜାତି ପ୍ରତି ବାଉଜୀଙ୍କର ପ୍ରତିଶ୍ରୁତିବଦ୍ଧତାର ନିଦର୍ଶନ ।
ବାଉଜୀଙ୍କର ଅଗଣିତ ପ୍ରଶଂସକ ଅଛନ୍ତି । ତାଙ୍କ ସଂସ୍ପର୍ଶରେ ଯିଏ ବି ଆସିଛନ୍ତି ସେ ସର୍ବଦା ସମୃଦ୍ଧ ଅନୁଭବ କରିଛନ୍ତି । ଶ୍ରୀ
ଜିନ୍ଦଲଙ୍କ ଚାରି ପୁଅ ସଂପ୍ରତି ଭାରତୀୟ କର୍ପୋରେଟ୍ ଜଗତର ନେତୃତ୍ୱ ନେଉଛନ୍ତି । ପୃଥିରାଜ ଜିନ୍ଦଲ (ଜିନ୍ଦଲ ଶ), ସଜ୍ଜନ ଜିନ୍ଦଲ (ଜେଏସ୍ଡବ୍ଲ୍ୟ), ରତନ ଜିନ୍ଦଲ (ଜିନ୍ଦଲ ଷ୍ଟେନ୍ ଲେସ୍ ଷ୍ଟିଲ) ଓ ନବୀନ ଜିନ୍ଦଲ (ଜେଏସ୍ପିଏଲ୍)ଙ୍କର ଦେଶର ବିକାଶ ଏବଂ ଏକ ଉନ୍ନତ ଭବିଷ୍ୟତ ନିର୍ମାଣ ଦିଗରେ ଅନେକ ଯୋଗଦାନ ରହିଛି । ତୃତୀୟ ପିଢ଼ିର ଦାୟାଦ ଭାବରେ ସ୍ମିନୁ ଜିନ୍ଦଲ, ପାର୍ଥ ଜିନ୍ଦଲ, ଅଦ୍ଭ୍ୟୁଦୟ ଜିନ୍ଦଲ ଓ ଭେଙ୍କେଟେଶ ଜିନ୍ଦଲ ଓପି ଜିନ୍ଦଲଙ୍କର ଏହି ଆଦର୍ଶରକୁ ଉତ୍ତରାଧିକାରୀ ସୂତ୍ରରେ ଆଗକୁ ନେଉଛନ୍ତି ।
ଯେଉଁଠାରେ ଅନ୍ୟାମାନଙ୍କୁ କାନ୍ଥ ବା ବାଧା ଦୃଶ୍ୟମାନ ହେଉଥିଲା ସେହିଠାରେ ବାଉଜୀଙ୍କୁ ରାସ୍ତା ବା ବାଟ ଦେଖାଯାଉଥିଲା । ଓପି ଜିନ୍ଦଲ ଦେଶର ଏବଂ ଲୋକମାନଙ୍କର ସେବା କରିବା କ୍ଷେତ୍ରରେ ନିଜର ସାର ଜୀବନ ଅତିବାହିତ କରିଦେଇଛନ୍ତି । ତାଙ୍କର ଏହି ନୀତିଗତ ଆଦର୍ଶ ସଦାସର୍ବଦା ଜିନ୍ଦଲ ଗ୍ରୁପ୍କୁ ଏବଂ ଶିଳ୍ପ ଭିତ୍ତିକ ସାମାଜିକ ବିକାଶ ଯୋଜନାକୁ ପ୍ରୋତ୍ସାହିତ କରୁଛି ।
Comments are closed.