Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ

ଟିଟିଲାଗଡ଼: ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ । ଆଜି ପୁଣି ବଲାଙ୍ଗୀର ଜିଲ୍ଲାରେ ଭିଜିଲାନ୍ସ ବିଭାଗ ଏକ କୋଟି ପତି ସରକାରୀ କର୍ମଚାରୀଙ୍କୁ ଟାର୍ଗେଟ କରିଛି । ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକରେ ବରିଷ୍ଠ କିରାଣୀ ଭାବରେ କାମ କରୁଥିବା ରବୀନ୍ଦ୍ର ମହାନ୍ତିଙ୍କ ବାସ ଭବନରେ ଚଢ଼ାଉ କରିଛି ଭିଜିଲାନ୍ସ । ତାଙ୍କ ପେତୃକ ଘର ଉପରେ, ତୁଷୁରା ଡାହିମାଲ ଗାଁ ରେ ଥିବା ଘର, ବଲାଙ୍ଗୀର ସାଗରପଡା ରେ ଥିବା ଘର ତଥା ତୁଷୁରା ଏବଂ ପୁଇଁତଲା ରେ ବର୍ତମାନ ଭିଜିଲାନ୍ସ ବିଭାଗ ଚଢ଼ାଉ ଜାରି ରଖିଛି. ।

ବେଆଇନ ଭାବରେ ବ୍ୟାପକ ସମ୍ପତି ଠୁଳ କରିଥିବା ଅଭିଯୋଗ ହୋଇ ଆସୁଥିଲା । ଯାହାକୁ ନେଇ ଆଜି ଭିଜିଲାନ୍ସ ବିଭାଗ ଆୟ ବହିର୍ଭୁତ ସମ୍ପତି ଠୁଳ ହୋଇଥିବା ଅଭିଯୋଗ ନେଇ ତଦନ୍ତ ଆରମ୍ଭ କରିଛି ।  ଏକକାଳୀନ ରବୀନ୍ଦ୍ର ମହାନ୍ତିଙ୍କ ୫ ଟି ଘର ସମେତ ସରକାରୀ କାର୍ଯ୍ୟାଳୟ ରେ ଚଢ଼ାଉ ଜାରି ରଖିଛି ।  ଚଢ଼ାଉ ସମୟରେ ସରକାରୀ ବାବୁଙ୍କ ପାଖରେ କୋଟିଏ ଟଙ୍କାରୁ ଉର୍ଧ୍ଵ ସମ୍ପତି ରହିଥିବା ସୂଚନା ରହିଛି ।

Leave A Reply

Your email address will not be published.