Latest Odisha News

ପତ୍ନୀଙ୍କ ଅଭିଯୋଗ ପରେ ନୀରବତା ଭାଙ୍ଗିଲେ ହନି ସିଂ; କହିଲେ…

ମୁମ୍ବାଇ: ଗା‌ୟକ ୟୋ ୟୋ ହନି ସିଂଙ୍କ ପତ୍ନୀ ତାଙ୍କ ଉପରେ ନିର୍ଯାତନା ଅଭିଯୋଗ ଆଣିବା ପରେ ପ୍ରତମ ଥର ପ‌ାଇଁ ମୁହଁ ଖୋଲିଛନ୍ତି ହନି ସିଂ। ସେ ସୋସିଆଲ ମିଡିଆରେ ତାଙ୍କ ପତ୍ନୀ ଶାଲିନୀ ତାଲୱାରଙ୍କ ବିରୋଧରେ ଦାଖଲ ହୋଇଥିବା ଘରୋଇ ହିଂସା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏବଂ ଏହା ମିଥ୍ୟା ଅଭିଯୋଗ ବୋଳଇ କହିଛନ୍ତି।

ହନି ସିଂଙ୍କ ବିରୋଧରେ ଯୌନ ହିଂସା, ମାନସିକ ନିର୍ଯ୍ୟାତନା, ପ୍ରତାରଣା ଏବଂ ଆର୍ଥିକ ଠକେଇ ଅଭିଯୋଗ ଆଣିଥିଲେ ପତ୍ନୀ ଶାଲିନୀ। ଏବେ ହନି ସିଂ ସମସ୍ତ ଅଭିଯୋଗକୁ ଖଣ୍ଡନ କରି ତାଙ୍କ ଅଭିଯୋଗକୁ ‘ମିଥ୍ୟା ଏବଂ ଦ୍ବେଷପରାୟଣ’ ବୋଲି କହିଛନ୍ତି।

କୋର୍ଟରେ ହନି ସିଂଙ୍କ ପତ୍ନୀ ଏକ ଘରୋଇ ହିଂସା ମାମଲା ଦାୟର କରିଥିଲେ। ଏହି ପ୍ରସଙ୍ଗରେ ହନି ସିଂଙ୍କ ବିବୃତ୍ତିରେ କୁହାଯାଇଛି, “ମୋର ୨୦ ବର୍ଷ ସାଥୀ / ପତ୍ନୀ ଶ୍ରୀମତୀ ଶାଲିନୀ ତାଲୱାରଙ୍କ ଦ୍ବାରା ମୋ ତଥା ମୋ ପରିବାର ବିରୁଦ୍ଧରେ ଆସିଥିବା ମିଥ୍ୟା ତଥା କୁତ୍ସିତ ଅଭିଯୋଗ ଦ୍ୱାରା ମୁଁ ଗଭୀର ଯନ୍ତ୍ରଣା ଅନୁଭବ କରୁଛି। ଏହି ଅଭିଯୋଗ ଗୁରୁତର ଅଟେ। ”

Leave A Reply

Your email address will not be published.