Latest Odisha News

କଟକ: ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ସମେତ ୩ ପୋଲିସ ଆହତ

କଟକ : କଟକ ଜିଲ୍ଲା ମାଲଗୋଦାମ୍ ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ପୋଲିସର ଏନକାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି ।

BjdElectrycity

ଆହତ ଅପରାଧୀ ଜଣକ ମନୋଜ ସ୍ୱାଇଁ ଓରଫ୍ ମୁନୁ (୨୮) ବୋଲି ଜଣାପଡିଛି ।

ମନୋଜକୁ ପୋଲିସ ଗିରଫ କରିଥିବାବେଳେ ତା’ ଠାରୁ ୨ଟି ବୋମା ଜବତ କରିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ।

ଆହତ ଅପରାଧୀର ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାକୁ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲକୁ ଭର୍ତ୍ତି କରାଯାଇଥିବା ନେଇ ଜଣାପଡିଛି ।

ଆହୁରି ମଧ୍ୟ ମାର୍ଚ୍ଚ ୧୬ ତାରିଖରେ ମାଲଗୋଦାମ ଅଞ୍ଚଳରେ ଜଣେ ସୁଗାର ମିଲ୍ ମାଲିକ ଦାମୋଦର ଭୌସିଂକଙ୍କୁ ଆକ୍ରମଣ ଘଟଣାରେ ମନୋଜ ସଂପୃକ୍ତ ଥିବା ଜଣାପଡ଼ିଛି।

ମିଳିଥିବା ସୂଚନାନୁଯାୟୀ ମନୋଜ ଯୋବ୍ରା ମହାନଦୀ କୂଳରେ ଥିବା ସୂଚନା ପାଇ ପୋଲିସ ଚଢ଼ଉ କରିଥିଲା। ପୋଲିସକୁ ଦେଖି ମନୋଜ ଅତର୍କିତ ଭାବେ ପୋଲିସ୍ ଉପରକୁ ଗୁଳି ଓ ବୋମା ମାଡ଼ କରିଥିଲା। ତେବେ ଏହି ବୋମାମାଡ଼ରେ ମାଲଗୋଦାମ ଆଇଆଇସି ରବିନାରାୟଣ ଭଞ୍ଜ, ସବ୍ ଇନସପେକ୍ଟର ସୁନିଲ ଯାଦବ ଏବଂ ହାବିଲଦାର୍ ଗୁଲାମ ମହମ୍ମଦ ଆହତ ହୋଇଥିବା ବେଳେ ଏହାର ପାଲଟା ଜବାବରେ ପୋଲିସ୍ ତା’ ଉପରକୁ ଗୁଳି ଚାଳନା କରିଥିଲା।

Leave A Reply

Your email address will not be published.