Latest Odisha News

BREAKING NEWS

କୋଭିସିଲ୍ଡ ଓ କୋଭାକ୍ସିନର ମିକ୍ସଡ ଡୋଜ କ୍ଲିନିକାଲ ଟ୍ରାଏଲକୁ ଡିସିଜିଆଇର ଅନୁମତି

ନୂଆଦିଲ୍ଲୀ : ଦେଶରେ କୋଭିସିଲ୍ଡ ଓ କୋଭାକ୍ସିନର ମିକ୍ସଡ ଡୋଜର ଗବେଷଣା ଓ କ୍ଲିନିକାଲ ଟ୍ରାଏଲକୁ ଅନୁମତି ଦେଇଛନ୍ତି ଔଷଧ ନିୟନ୍ତ୍ରଣ ମହାନିର୍ଦ୍ଦେଶକ ବା ଡିସିଜିଆଇ । ଭେଲୋରର ଖ୍ରୀଷ୍ଟିଆନ ମେଡିକାଲ କଲେଜ ଦ୍ବାରା ଏହାର ପରୀକ୍ଷା କରାଯିବ ବୋଲି ଡିସିଜିଆଇ ସବୁଜ ସଙ୍କେତ ଦେଇଛି । ନୀତି ଆୟୋଗ ସ୍ବାସ୍ଥ୍ୟ ବିଭାଗ ସଦସ୍ୟ ଡାକ୍ତର ଭି.କେ. ପଲ କହିଛନ୍ତି, ଖ୍ରୀଷ୍ଟିଆନ ମେଡିକାଲ କଲେଜ ଦ୍ବାରା ଏହି ଦୁଇ ଟିକାର ମିକ୍ସ ଡୋଜ ଲାଗି ଅନୁମତି ଦିଆଯାଇଛି ।

ଗତ ଜୁଲାଇ ୨୯ ତାରିଖରେ ଏହି ଦୁଇ ଡୋଜର ମିକ୍ସଡ ପ୍ରୟୋଗ ଲାଗି କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ)ର ବିଷୟଗତ ବିଶେଷଜ୍ଞ କମିଟି ସ୍ବୀକୃତି ଦେଇଥିଲା । ପୂର୍ବରୁ ଉତ୍ତରପ୍ରଦେଶରେ ବିଭିନ୍ନ ବୟସର ଉଭୟ ପୁରୁଷ ଓ ମହିଳାଙ୍କୁ ପ୍ରଥମେ କୋଭିସିଲ୍ଡ ଟିକା ଦିଆଯିବା ପରେ ଏହାର ୬ ମାସ ପରେ କୋଭାକ୍ସିନ ଟିକା ଦିଆଯାଇଥିଲା । ମିକ୍ସଡ ଡୋଜ ନେଇ ଆଇସିଏମଆର କହିଥିଲା- ଏହି ଡୋଜ ଦେବା ଦ୍ବାରା ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ ।

Comments are closed.