ହିମାଚଳପ୍ରଦେଶ : ହିମାଚଳ ପ୍ରଦେଶରେ ଅଘଟଣ । କିନୌର ଜିଲ୍ଲା ଅନ୍ତର୍ଗତ ରେକୋଙ୍ଗ ପିଓ-ସିମଳା ରାଜପଥରେ ବଡ଼ ଧରଣର ଭୂସ୍ଖଳନ ହୋଇଛି । ଭୂସ୍ଖଳନରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ମାଟି ଓ ପଥରେ ଭିତରେ ୮୦ରୁ ଅଧିକ ଯାତ୍ରୀ ଫସି ରହିଛନ୍ଥି । ଭୂସ୍ଖଳନ ହେବା ପରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହାସହ ଭୂସ୍ଖଳନ ପରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଘଟଣାସ୍ଥଳରେ ଆଇଟିବିପି ଓ ଏନଡିଆରଏଫ ଯବାନଙ୍କୁ ମୁତୟନ କରାଯାଇଛି ।
ଆଜି ହିମାଚଳର କିନୌର ଜିଲ୍ଲା ଅନ୍ତର୍ଗତ ରେକୋଙ୍ଗ ପିଓ-ସିମଳା ରାଜପଥରେ ହଠାତ୍ ଭୂସ୍ଖଳନ ହୋଇଥିଲା । ଏହି ରାସ୍ତା ଦେଇ କିଛି ବସ୍ ସହ ଅନ୍ୟ କିଛି ଗାଡି ଯାଉଥିବା ବେଳେ ହଠାତ୍ ପାହାଡରୁ ମାଟି ଅତଡା ଖସିବା ସହ ଭୂସ୍ଖଳନ ହୋଇଥିଲା । ଲଗାଣ ବର୍ଷା ଯୋଗୁଁ ହିମାଚଳ ପ୍ରଦେଶରେ ବାରମ୍ବାର ଭୂସ୍ଖଳନ ହେଉଛି । ଭୂସ୍ଖଳନ ହେବାରୁ ଅନେକ ଲୋକଙ୍କ ଜୀବନ ବି ଗଲାଣି । ବାରମ୍ବାର ଏଭଳି ଭୂସ୍ଖଳନ ହେଉଥିବାରୁ ଲୋକଙ୍କ ମନରେ ଭୟ ଓ ଆତଙ୍କ ଦେଖାଦେଲାଣି ।
Comments are closed.