ଓଡ଼ିଶା ସମ୍ବାର ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ଲର୍ଡସ୍ ଟେଷ୍ଟରେ ବାଜି ମାରିଛି ଟିମ୍ ଇଣ୍ଡିଆ । ୭ବର୍ଷ ପରେ ଐତିହାସିକ ଲର୍ଡସରେ ମ୍ୟାଚ୍ ଜିତିଛି । ଲର୍ଡସରେ ଏହା ହେଉଛି ଟିମ୍ ଇଣ୍ଡିଆର ତୃତୀୟ ବିଜୟ । ଇଂଲିଶ ବାହିନୀକୁ ତା ମାଟିରେ ଧୂଳି ଚଟାଇଛି ଟିମ୍ କୋହଲି । ଦ୍ୱିତୀୟ ଇନିଂସରେ ମହମ୍ମଦ ସାମିଲ ଓ ଯଶପ୍ରୀତ ବୁମରାହଙ୍କ ଜବରଦସ୍ତ ବ୍ୟାଟିଂ ଓ ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ଆଗରେ ଟାର୍ଗେଟ ପୂରା କରିବାରେ ଫେଲ୍ ମାରିଲା ଇଂଲଣ୍ଡ ।

୧୫୧ରନରେ ଘରୋଇ ଦଳକୁ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଭାରତ ଇଂଲଣ୍ଡ ଆଗରେ ଦେଇଥିଲା ୨୭୨ ରନର ବିଜୟଲକ୍ଷ୍ୟ । ମାତ୍ର ୧୨୦ ରନ୍ କରି ଅଲ୍ଆଉଟ୍ ହୋଇଥିଲା ଇଂଲଣ୍ଡ । ଭାରତ-ଇଂଲଣ୍ଡ ଲର୍ଡସ ଟେଷ୍ଟରେ ଚାରି ଦିନରେ ଉତଥାନ-ପତ୍ତନ ଦେଖିବାକୁ ମିଳିଥିଲା । ଅନ୍ତିମ ଦିନରେ ବଦଳିଥିଲା ମ୍ୟାଚର ମୋଡ଼ । ଭାରତ ହାତକୁ ଏମିତି ବିଜୟ ମୌକା ଆସିଥିଲା, ଯାହାକୁ ହାତଛଡ଼ା କରି ନଥିଲେ ଟିମ୍ କୋହଲି । ଆଉ ଶେଷରେ ଇତିହାସ ରଚିଲା ।

ପଞ୍ଚମ ଦିନରେ ଶେଷ ଭାଗ ଖେଳାଳି ଜବରଦସ୍ତ ପ୍ରଦର୍ଶନ କରିଥିଲେ । ଫାଷ୍ଟ ବୋଲିଂ ଆଗରେ ତିଷ୍ଠି ପାରିଲେନି ଇଂଲିଶ ବ୍ୟାଟ୍ସମ୍ୟାନ୍ । ଦ୍ୱିତୀୟ ଇନିଂସରେ ଘରୋଇ ଟିମ୍ ଦୁଇ ଜଣ ଖେଳାଳି ଖାତା ଖୋଲିବା ଆଗରୁ ପାଭିଲନ୍ ଫେରିଥିଲେ । ଭଲ ଫର୍ମରେ ଥିବା କ୍ୟାପଟେନ୍ ଜୋ ରୁଟ୍ ବି କିଛି କମାଲ କରିପାରିଲ ନାହିଁ । ସେ ଆଉଟ୍ ହେବା ବେଳକୁ ଦଳର ସ୍କୋର ଥିଲା ୫ ଓ୍ୱିକେଟ ବିନିମୟରେ ୬୭ ରନ୍ ।
ପରେ ମୋଇନ୍ ଅଲ୍ଲୀ ଓ ବଟଲର ଦଳକୁ ପରାଜୟରୁ ବଞ୍ଚାଇବାକୁ କସରତ କରିଥିଲେ । କିନ୍ତୁ ମହମ୍ମଦ ସିରାଜ ଏହି ଯୋଡ଼ିକୁ ଭାଙ୍ଗି ଭାରତର ବିଜୟ ଆଶା ଉଜ୍ଜିବୀତ କରିଥିଲେ । ଦ୍ୱିତୀୟ ଇନିଂସରେ ଭାରତ ପକ୍ଷରୁ ମହମ୍ମଦ ସିରାଜ ୪ଟି ଓ ବୁମରାହ ନେଇଥିଲେ ୩ଟି ଓ୍ୱିକେଟ । ପ୍ରଥମ ଇନିଂସରେ ଶତକୀୟ ଇନିଂସ ଖେଳିଥିବା ଲୋକେଶ ରାହୁଲ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି । ଭାରତ ୧-୦ରେ ସିରିଜ ଆଗୁଆ ରହିଛି ।
BREAKING NEWS
- Katak Violence:କଟକରେ ଦୁଇ ସାହି ମଧ୍ୟରେ ରକ୍ତାକ୍ତ ଗୋଷ୍ଠୀ ସଂଘର୍ଷ, ଢେଲାପଥର ମାଡ଼ରେ ଜଣେ ମୃତ,ଅନେକ ଆହତ
- ମିଳିତ ପୋଲିସ୍ ସେବା ପରୀକ୍ଷା–୨୦୨୪ର ଲିଖିତ ପରୀକ୍ଷା ଡିସେମ୍ବର ୨୬ ଓ ୨୭ ରେ ଅନୁଷ୍ଠିତ ହେବ
- ଇରାନର ଧମକ ପରେ ନିଜ ଘର ଛାଡ଼ି ମିଲିଟାରୀ ବେସ୍କୁ ସ୍ଥାନାନ୍ତରିତ ହେଲେ ଟ୍ରମ୍ପଙ୍କ ୫ ହେଭିୱେଟ ମନ୍ତ୍ରୀ
- ୨୩ ବର୍ଷରୁ କମ ବିମଷ୍ଟେକ ଆଥଲେଟିକ୍ସ ମିଟ ୨୦୨୬: ମୋଟ ୪୭ ପଦକ ସହ ଭାରତ ଚାମ୍ପିଅନ୍, ଶ୍ରୀଲଙ୍କା ରନର୍ସ-ଅପ୍
- ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଖୁସି ଖବର;ବଢିଲା ଦରମା,୧୦ରୁ ହେଲା…
- ମହିଳା ବନରକ୍ଷୀଙ୍କ ଜୀବନ ହେଲା ଗୋଠଛଡ଼ା ଦନ୍ତା
- ଭୁବନେଶ୍ୱରର ୨ଟି ପ୍ରମୁଖ ରାସ୍ତାରେ ଆରମ୍ଭ ହେବ ପରୀକ୍ଷାମୂଳକ କାର୍ଯ୍ୟକ୍ରମ; ଆମ ବସ୍ ସେବାକୁ ମିଳିବ ପ୍ରାଥମିକତା
- ରୋହିତଙ୍କ ଡେପୁଟି ହେବାକୁ ମନା କଲେ ବୁମରାହ, କ’ଣ ଛାଡ଼ିଦେବେ ଦଳ?
- ୧୦୦ ବର୍ଷ ପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଖାତାକୁ ଫେରିବ ଜମି…
- କାର୍ ସହ ଜଳିଗଲେ ବ୍ୟକ୍ତି;ହତ୍ୟା ସନ୍ଦେହ
Comments are closed.