ଭୁବନେଶ୍ୱର: କୋଭିଡ୍ ପରିଚାଳନାରେ ଦେଶରେ ପୁଣି ଓଡ଼ିଶା ପ୍ରଥମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ୍ଷେତ୍ରରେ ନମ୍ବର ଓ୍ୱାନ୍ ମୁଖ୍ୟମନ୍ତ୍ରୀ ହୋଇଛି । ଇଣ୍ଡିଆ ଟୁଡେ ଦ୍ୱାରା କରାଯାଇଥିବା ମୁଡ୍ ଅଫ୍ ଦି ନେସନ୍ ସର୍ଭେରେ ଦେଶରେ କୋଭିଡ୍ ପରିଚାଳନାରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ । ଓଡ଼ିଶାରେ ଦ୍ୱୀତୀୟ ଓ୍ୱେଭରେ ସଂକ୍ରମଣ ହାର ସବୁଠୁ କମ୍ ରହିଥିଲା ।

ଏହି ସର୍ଭେରେ ଉଲ୍ଲେଖ ରହିଛି ଯେ, ଓଡ଼ିଶାରେ ୭୨ ପ୍ରତିଶତ ଲୋକ ରାଜ୍ୟ ସରକାରଙ୍କ କୋଭିଡ୍ ପରିଚାଳନାରେ ସନ୍ତୋଷ ପ୍ରକାଶ କରିଛନ୍ତି । ପୂର୍ବରୁ ଜାନୁଆରୀ ମାସରେ ହୋଇଥିବା ସର୍ଭେରେ ବି ଓଡ଼ିଶା ଏକ ନମ୍ବର ସ୍ଥାନରେ ରହିଥିଲା । ସେତେବେଳେ ଓଡ଼ିଶାରେ ୮୬ ପ୍ରତିଶତ ଲୋକ ମହାମାରୀ ମୁକାବିଲାରେ ରାଜ୍ୟ ସରକାରଙ୍କ ପଦକ୍ଷେପରେ ଖୁସ୍ ।
ଅଗଷ୍ଟ ସର୍ଭେରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ତୃତୀୟ ସ୍ଥାନରେ ଅଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଯଥାକ୍ରମେ ତାମିଲନାଡୁ ଓ ଗୁଜରାଟ ଅଛନ୍ତି ।
BREAKING NEWS
- ଏସଟି, ଏସସି, ଏସିବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ବଢିଲା ସିଟ୍ ସଂରକ୍ଷଣ
- କାଶିରା ଗ୍ରାମରେ ଜେଏସଡବ୍ଲୁ ଷ୍ଟିଲ୍ ପକ୍ଷରୁ ସଫେଇ ଅଭିଯାନ
- ହାତୀ ମୃତ୍ୟୁ ଘଟଣା; ଫରେଷ୍ଟର ନିଲମ୍ବିତ, ଜଣଙ୍କୁ କାରଣ ଦର୍ଶାଅ ନୋଟିସ
- ହାର୍ଦ୍ଦିକ, ରୋହିତଙ୍କୁ ଫିଟନେସ ଟେଷ୍ଟ ପ୍ରମାଣିତ କରିବାକୁ କହିଲା ବିସିସିଆଇ
- ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ: ଭାରତୀୟ କ୍ୟାମ୍ପରେ ସାମିଲ ହେଲେ ଆକ୍ୱିବ ନବୀ
- ସାଇରାଜ ବାହୁଟୁଲେ ଭାରତୀୟ କ୍ରିକେଟ୍ ଦଳର ନୂଆ ସ୍ପିନ୍ ପ୍ରଶିକ୍ଷକ
- ଭାରତରେ ଶିଶୁ ମୃତ୍ୟୁ ହାରରେ ସୁଧାର, ଏବେବି ଏହି ରାଜ୍ୟ ସବୁଠାରୁ ଚିନ୍ତାଜନକ ସ୍ଥିତିରେ ରହିଛି
- CBSE ମାମଲାରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ଅଧ୍ୟକ୍ଷ ରାହୁଲ ସିଂହ ଏବଂ ସଚିବ ହିମାଂଶୁ ଗୁପ୍ତାଙ୍କୁ ବିଦା କଲେ
- ଅଣ୍ଡରୱେଟ୍ ଶିଶୁଙ୍କ ଜଳଖିଆ ଖର୍ଚ୍ଚ ୧୨ ଟଙ୍କାକୁ ବୃଦ୍ଧି, ୩୫,୦୦୦ ପିଲା ପାଇବେ…
- ନେପାଳ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟର ଜବାବ ଦେଲା ଭାରତ, ତୃତୀୟ ଦେଶର ଭୂମିକାକୁ କଲା ଅସ୍ୱୀକାର
Comments are closed.