Latest Odisha News

ଫିଲ୍ମ ‘ଭୁତ୍‌ ପୋଲିସ’ର ଟ୍ରେଲର ରିଲିଜ

ମୁମ୍ବାଇ: ଫିଲ୍ମ ଭୁତ୍‌ ପୋଲିସର ଟ୍ରେଲର ରିଲିଜ ହୋଇଛି। ଏହି ଚଳଚ୍ଚିତ୍ରରେ ସୈଫ ଅଲି ଖାନ, ଅର୍ଜୁନ କପୁର, ୟାମି ଗୌତମ ଏବଂ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରରେ ସୈଫ ଏବଂ ଅର୍ଜୁନ ଫେକ୍‌ ଘୋଷ୍ଟବଷ୍ଟର ଭୂମିକାରେ ଅଭିନୟ କରୁଥିବାବେଳେ ଜ୍ୟାକଲିନ ଏବଂ ୟାମି ସେମାନଙ୍କ ପ୍ରେମିକାଙ୍କ ଭୂମିକାରେ ନଜର ଆସିବେ।

ଏହାପୂର୍ବରୁ ଫିଲ୍ମର ଟିଜର ରିଲିଜ ହୋଇଥିଲା। ବର୍ତ୍ତମାନ ଫିଲ୍ମର ଟ୍ରେଲର ଲଞ୍ଚ ପରେ ପ୍ରଶଂସକମାନେ ଉତ୍କଣ୍ଠାର ସହ ଫିଲ୍ମ ରିଲିଜକୁ ଚାହିଁବସିଛନ୍ତି। ସୈଫ୍ ବାବା ଭିଭୁତିଙ୍କ ଭୂମିକାରେ ଅଭିନୟ କରିଛନ୍ତି ଯିଏ ଲୋକଙ୍କୁ ଏକତ୍ର କରିବା ଏବଂ ଟଙ୍କା ରୋଜଗାର କରିବାକୁ ଲକ୍ଷ୍ୟ ରଖିଛନ୍ତି। ତେବେ ଫିଲ୍ମରେ ଉଭୟଙ୍କ ଚରିତ୍ର ବେଶ୍‌ ମଜାଳିଆ ହୋଇଥିବା ଜଣାପଡ଼ିଛି।

Comments are closed.