Latest Odisha News

BREAKING NEWS

ଆଫଗାନିସ୍ତାନ ସଙ୍କଟ: ଆଜି ଫେରିବେ ଆଉ ୩୦୦ ଭାରତୀୟ

ନୂଆଦିଲ୍ଲୀ: ଆଜି ଘରକୁ ଫେରିବେ ପ୍ରାୟ ୩୦୦ ଭାରତୀୟ। ଶନିବାର ସକାଳେ ଭାରତୀୟ ବାୟୁସେନାର ଏକ ସାମରିକ ପରିବହନ ବିମାନରେ କାବୁଲରୁ ତାଜିକିସ୍ତାନର ରାଜଧାନୀ ଦୁଶାନବେକୁ ନିଆଯାଇଥିବା ୭୦ ଜଣ ଭାରତୀୟଙ୍କୁ ରବିବାର ଦିନ କାବୁଲରୁ ଏକ ସ୍ୱତନ୍ତ୍ର ଏୟାର ଇଣ୍ଡିଆ ବିମାନ ଯୋଗେ ଦେଶକୁ ଅଣାଯାଉଛି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ସୂଚନା ଦେଇଛନ୍ତି ଯେ ଦୁଇ ନେପାଳ ନାଗରିକ ମଧ୍ୟ ଏୟାର ଇଣ୍ଡିଆ ବିମାନରେ ଭାରତ ଆସୁଛନ୍ତି।

Comments are closed.