ପାଟଣାଗଡ଼ : ପାଟଣାଗଡ଼ରେ ଅନୁଷ୍ଠିତ ହୋଇଛି ବିଜେପିର ଜନ ଆଶୀର୍ବାଦ ଯାତ୍ରା । ଶେଷ ଦିନରେ ଏହି ଆଶୀର୍ବାଦ ଯାତ୍ରାରେ ସାମିଲ ହୋଇଥିଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । କେନ୍ଦ୍ରମନ୍ତ୍ରୀ ପହଞ୍ଚିବା ପରେ ଗଙ୍ଗାସାଗର ଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେଠାରୁ ଏକ ବାଇକ ରାଲିରେ ମନ୍ତ୍ରୀଙ୍କୁ ପାଛୋଟି ନେଇଥିଲେ ବିଜେପି କର୍ମୀ । ଗଙ୍ଗାଧର ଜୟନ୍ତୀ ଅବସରରେ ପ୍ରଥମେ ଗଙ୍ଗାଧର ପାର୍କ ଠାରେ ଥିବା ଗଙ୍ଗାଧରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ମନ୍ତ୍ରୀ । ରେଳମନ୍ତ୍ରୀଙ୍କ ସହିତ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଏବଂ ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ମାଲ୍ୟାର୍ପଣ କରିଥିଲେ । ପରେ ମା’ ଦଶମତୀଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ଏହାପରେ ପାଟଣାଗଡର ବିଭିନ୍ନ ସଂଗଠନ ବଲାଙ୍ଗିର ନୂଆପଡ଼ା ରେଳପଥ ଭାୟା ପାଟଣାଗଡ ଦେଇ କରିବାକୁ ଦାବି ପତ୍ର ପ୍ରଦାନ କରିଥିଲେ । ତେବେ ଏନେଇ ଖୁବଶୀଘ୍ର ଆଲୋଚନା କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ । ଏହାପରେ ବଲାଙ୍ଗିର ଅଭିମୁଖେ ଗସ୍ତ କରିଥିଲେ ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ ।
BREAKING NEWS
- ଏମ୍ସ ଭୁବନେଶ୍ୱରରେ ଜୀବନ ପରିବର୍ତ୍ତନକାରୀ ଅସ୍ତ୍ରୋପଚାର, ଜଙ୍ଘକୁ ଛୁଇଁ ସାରିଥିଲା ମୁହଁ…
- ଗିଲଙ୍କ ହୋଇପାରେ ପ୍ରମୋଶନ: ରୋହିତ, କୋହଲିଙ୍କୁ ନେଇ ରହିଛି ସସ୍ପେନ୍ସ
- ଭୟଙ୍କର ସ୍ଥିତି ଆଣିଛି ଲିଙ୍ଗ ନିରୂପଣ, ଇଂଲଣ୍ଡରେ ସର୍ବାଧିକ ଭାରତୀୟ କରୁଛନ୍ତି କନ୍ୟା ଭ୍ରୁଣ ହତ୍ୟା
- ଟି୨୦: ଚୂଡାନ୍ତ ଏକାଦଶରେ ଗିଲଙ୍କ ସ୍ଥାନରେ ଖେଳି ପାରନ୍ତ ସଞ୍ଜୁ
- Pakistani Fishing Boat: ଭାରତୀୟ ଜଳସୀମାରୁ ପାକିସ୍ତାନୀ ଡଙ୍ଗା ଜବତ, ୧୧ ଗିରଫ
- ପାଞ୍ଚ ବର୍ଷରେ ଖାଲିଥିବା ସମସ୍ତ ଦେଢ ଲକ୍ଷ ପଦ ପୂରଣ ହେବ:ମୁଖ୍ୟମନ୍ତ୍ରୀ
- Truck falls: ଭୟଙ୍କର ସଡ଼କ ଦୁର୍ଘଟଣା; ଗଭୀର ଘାଟିକୁ ଟ୍ରକ୍ ଖସି ୨୨ ଶ୍ରମିକଙ୍କ ଚାଲିଗଲା ଜୀବନ
- OTET 2025 Exam: ଓଟିଇଟି ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ ହେଇଛି ଏହି ବ୍ୟବସ୍ଥା…ଡିସେମ୍ବର ୧୭ରେ ପରୀକ୍ଷା
- ଓଲଟିଲା ଗ୍ୟାସ ଟ୍ୟାଙ୍କର
- ସଂସଦ ଅଧିବେଶନରେ ଉଠିଲା ଦିଲ୍ଲୀ ପ୍ରଦୂଷଣ ପ୍ରସଙ୍ଗ, ଭୟ କଲେଣି ସାଂସଦ
Comments are closed.