Latest Odisha News

BREAKING NEWS

ରାଉରକେଲା: ଲାଇନମ୍ୟାନଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ବର୍ତ୍ତିଲା ଏକ ବିରାଟ ଟ୍ରେନ ଦୁର୍ଘଟଣା

ରାଉରକେଲା: ଲାଇନମ୍ୟାନଙ୍କ ସତର୍କତା ଯୋଗୁଁ ରବିବାର ଦିନ ରାଉରକେଲାଠାରେ ଏକ ନିଶ୍ଚିତ ଟ୍ରେନ ଦୁର୍ଘଟଣା ହେବାରୁ ବର୍ତ୍ତି ଯାଇଛି । ଏହାଫଳରେ ନିଶ୍ଚିତ ଜୀବନହାନୀ ହେବାରୁ ରକ୍ଷା ମିଳିପାରିଛି ।

ମିଳିଥିବା ସୂଚନାନୁଯାୟୀ, ଇସ୍ପାତନଗରୀର ବଣ୍ଡମୁଣ୍ଡା ଡ଼ିଜେଲ୍ କଲୋନୀ ନିକଟରେ କେ କ୍ୟାବିନ ନିକଟରେ ରେଳ ଧାରଣାରେ ଫାଟ ଥିବା ଲକ୍ଷ୍ୟ କରି ରେଳବିଭାଗର ଲାଇନମ୍ୟାନ ରାମାଶ୍ରୟ ଦାସ ତୁରନ୍ତ ଟ୍ରେନକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ସେହି ସମୟରେ ଟାଟାନଗର- ଆଲେପି ଏକ୍ସପ୍ରେସ ରାଉରକେଲାରୁ ଆସୁଥିଲା । ସେ କାଳବିଳମ୍ବ ନକରି ନାଲି ପତାକା ଦେଖାଇ ଟ୍ରେନକୁ ଅଟକାଇଥିଲେ । କାର୍ଯ୍ୟରତ ଲାଇନମ୍ୟାନଙ୍କ ନାଲି ସିଗନାଲ୍ ଦେଖି ଟ୍ରେନ ଅଟକିଥିଲା ।

ଏସମ୍ପର୍କରେ ଖବରପାଇ ଘଟଣାସ୍ଥଳରେ ରେଲବାଇ ଇଞ୍ଜିନିୟର ତୁରନ୍ତ ପହଞ୍ଚି ରେଳ ଫାଟକୁ ମରାମତି କରିଥିଲେ । ରେଳଫାଟ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ନିଶ୍ଚିନ୍ତରେ ଟ୍ରେନଟି ତା’ର ଗନ୍ତବ୍ୟ ପଥରେ ଯାଇଥିଲା । ଏବେ ସେହି ରେଳଧାରଣାରେ ସ୍ଥାୟୀ ମରାମତି କାର୍ଯ୍ୟ ଚାଲୁ ରହିଛି ।

Leave A Reply

Your email address will not be published.