Latest Odisha News

ପଦ୍ମ ଧରିବେ ପ୍ରକାଶ ମିଶ୍ର

ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେବେ ପୂର୍ବତନ ଡିଜି ପ୍ରକାଶ ମିଶ୍ର । ଆଜି ଅପରାହ୍ନରେ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ସେ ବିଜେପିରେ ସାମିଲ ହେବେ ।

ପ୍ରକାଶ କଟକ ଲୋକସଭା ଆସନରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି । ଏହି ଲୋକସଭା ଆସନ ଲାଗି ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ ଆଶାୟୀ ଥିବାବେଳେ ଗତକାଲି ତାଙ୍କୁ ଦଳର ରାଜ୍ୟ ଉପସଭାପତି ଭାବେ ଚୟନ କରାଯାଇଛି ।

ତେବେ ସେ ଦଳର ରାଜ୍ୟ ଉପସଭାପତି ହେବା ପରେ ପ୍ରକାଶଙ୍କୁ କଟକ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀଭାବେ ଚୟନ କରାଯାଇଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.