Latest Odisha News

BREAKING NEWS

ବିଗ୍‌ ବିଙ୍କ ଅଙ୍ଗରକ୍ଷୀଙ୍କ ନାଁରେ ଆସିଲା ସାଙ୍ଘାତିକ ଅଭିଯୋଗ

ମୁମ୍ବାଇ: ବାର୍ଷିକ ୧.୫ କୋଟି ଟଙ୍କା ଆୟ କରୁଥିବା ଅଭିଯୋଗ ଆସିବା ପରେ ଅମିତାଭ ବଚ୍ଚନଙ୍କ ଅଙ୍ଗରକ୍ଷୀ ଜିତେନ୍ଦ୍ର ସିନ୍ଦେଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ଉକ୍ତ ଘଟଣାରେ ବିଭାଗୀୟ ତଦନ୍ତ ମଧ୍ୟ ଆରମ୍ଭ କରାଯାଇଛି।

ମୁମ୍ବାଇ ପୋଲିସ ବିଭାଗ ସହିତ ସଂଲଗ୍ନ କନଷ୍ଟେବଳ ସିନ୍ଦେ ଅମିତାଭ ବଚ୍ଚନଙ୍କ ଅଙ୍ଗରକ୍ଷୀ ଭାବରେ ପୋଷ୍ଟ ହୋଇଥିଲେ। ସେ ଗତ କିଛି ବର୍ଷ ଧରି ବିଗ୍ ବିଙ୍କ ଅଙ୍ଗରକ୍ଷୀ ଭାବରେ କାର୍ଯ୍ୟ କରିଆସୁଛନ୍ତି। ନିକଟରେ ଖବର ଆସିଥିଲା ଯେ ସିନ୍ଦେଙ୍କର ବାର୍ଷିକ ଆୟ ୧.୫ କୋଟି ଟଙ୍କା ରହିଛି। ମୁମ୍ବାଇ ପୋଲିସ ବର୍ତ୍ତମାନ ଏହି ଘଟଣାର ଯାଞ୍ଚ କରୁଛି ଯେ ସିନ୍ଦେ ଏହି ଟଙ୍କା ବିଗ୍ ବି ନା ଅନ୍ୟ କାହାଠାରୁ ଟଙ୍କା ରୋଜଗାର କରିଛନ୍ତି।

ସିନ୍ଦେ ପୋଲିସ ଅଧିକାରୀଙ୍କୁ କହିଛନ୍ତି ଯେ ସେ ମଧ୍ୟ ଏକ ସୁରକ୍ଷା ଏଜେନ୍ସି ଚଳାନ୍ତି। ତାଙ୍କ ସୁରକ୍ଷା ଏଜେନ୍ସି ଅନ୍ୟାନ୍ୟ ସେଲିବ୍ରିଟି ଏବଂ ପ୍ରଖ୍ୟାତ ଲୋକଙ୍କୁ ସୁରକ୍ଷା ଯୋଗାଇଥାଏ ବୋଲି ସୂତ୍ରରୁ ପ୍ରକାଶ। ତାଙ୍କ ପତ୍ନୀ ତାଙ୍କ ନାମରେ ସୁରକ୍ଷା ବ୍ୟବସାୟ ଚଳାନ୍ତି ବୋଲି ସିନ୍ଦେ ପୋଲିସକୁ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଅମିତାଭ ବଚ୍ଚନ ତାଙ୍କୁ ୧.୫ କୋଟି ଟଙ୍କା ଦେଇ ନାହାଁନ୍ତି।

ମୁମ୍ବାଇ ପୋଲିସର ସୂଚନାନୁସାରେ, ପାଞ୍ଚ ବର୍ଷରୁ ଅଧିକ ସମୟ ଗୋଟିଏ ସ୍ଥାନରେ ଜଣେ ଅଧିକାରୀ ନିୟୋଜିତ ହୋଇପାରିବ ନାହିଁ। ଜିତେନ୍ଦ୍ର ସିନ୍ଦେ ୨୦୧୫ରୁ ଅମିତାଭ ବଚ୍ଚନଙ୍କ ପାଇଁ କାର୍ଯ୍ୟ କରିଆସୁଛନ୍ତି। ସିନ୍ଦେ ବଚ୍ଚନଙ୍କ ପ୍ରିୟ ଅଙ୍ଗରକ୍ଷୀଙ୍କ ମଧ୍ୟରୁ ଜଣେ ଥିଲେ। ତାଙ୍କୁ ସବୁ ଜାଗାରେ ଦେଖିବାକୁ ମିଳିଥିଲା। କନଷ୍ଟେବଳଙ୍କୁ ବର୍ତ୍ତମାନ ଦକ୍ଷିଣ ମୁମ୍ବାଇର ଏକ ପୋଲିସ ଷ୍ଟେସନକୁ ସ୍ଥାନାନ୍ତର କରାଯାଇଛି।

Comments are closed.