Latest Odisha News

BREAKING NEWS

ପୁନର୍ବାର ବିଜେପିରେ ମିଶିଲେ ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ

ଭୁବନେଶ୍ୱର: ବାଲେଶ୍ୱରର ପୂର୍ବତନ ବିଜେପି ସାଂସଦ ତଥା ଉତ୍କଳ ଭାରତ ପାର୍ଟିର ସଭାପତି ଖାରବେଳ ସ୍ୱାଇଁ ପୁଣି ବିଜେପିରେ ଯୋଗଦାନ କରିଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ସୋମବାର ଦିନ ସକାଳେ ଏକ ମିଶ୍ରଣ ପର୍ବ ଅବସରରେରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଖାରବେଳ ବିଜେପିରେ ଯୋଗଦେଇଛନ୍ତି ।

ଏହି ମିଶ୍ରଣ ପର୍ବରେ ରାଜ୍ୟ ଉପସଭାପତି ସମୀର ମହାନ୍ତି ଉପସ୍ଥିତ ରହିଥିଲେ । ଶ୍ରୀ ସ୍ୱାଇଁ ଉତ୍କଳ ଭାରତର ଶତାଧିକ ସଦସ୍ୟଙ୍କ ସହିତ ବିଜେପିରେ ଯୋଗଦାନ କରିଛନ୍ତି ।

ବରିଷ୍ଠ ନେତା ଖାରବେଳ ସ୍ୱାଇଁ କନ୍ଧମାଳ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାର ସମ୍ଭାବନା ରହିଛି ।

ବରିଷ୍ଠ ନେତା ଖାରବେଳ ସ୍ୱାଇଁ ୧୯୯୮, ୧୯୯୯ ଏବଂ ୨୦୦୪ ସାଧାରଣ ନିର୍ବାଚନରେ ବିଜେପି ଟିକଟରେ ବାଲେଶ୍ୱର ଲୋକସଭା ଆସନରୁ ନିର୍ବାଚନ ଜିତିଥିଲେ । ୨୦୦୯ ମସିହାରେ ସେ ଦଳରୁ ଇସ୍ତଫା ପ୍ରଦାନ କରି ଉତ୍କଳ ଭାରତ ଦଳ ଗଠନ କରିଥିଲେ ।

Leave A Reply

Your email address will not be published.