Latest Odisha News

BREAKING NEWS

କଟକରୁ ପ୍ରକାଶ ଓ କନ୍ଧମାଳରୁ ଖାରବେଳ ଲଢିବେ ଲୋକସଭା ନିର୍ବାଚନ

ଭୁବନେଶ୍ୱର : କଟକ ଲୋକସଭା ଆସନରୁ ବିଜେପି ଟିକେଟରେ ପୂର୍ବତନ ଡିଜି ପ୍ରକାଶ ମିଶ୍ର ଲଢିବାକୁ ଥିବାବେଳେ କନ୍ଧମାଳରୁ ଲୋକସଭା ପ୍ରାର୍ଥୀ ହେଲେ ଐର ଖାରବେଳ ସ୍ୱାଇଁ ।

ଐର ଖାରବେଳ ସ୍ୱାଇଁ ଆଜି ବିଜେପିରେ ଯୋଗ ଦେଇଛନ୍ତି । ପୂର୍ବରୁ ସେ ବାଲେଶ୍ୱରରୁ ବିଜେପି ସାଂସଦ ଥିଲେ । ତିନି ତିନି ଥର ସାଂସଦ ଭାବେ ରହିଥିବା ଖାରବେଳଙ୍କୁ ଦଳ ଏଥର କନ୍ଧମାଳ ଆସନରୁ ପ୍ରାର୍ଥୀ କରିଛି ।

ସେହିପରି ବିଜେଡି ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ଋଷଭ ନନ୍ଦଙ୍କୁ ବିଜେପି ବେଗୁନିଆ ବିଧାନସଭା ଆସନରୁ ପ୍ରାର୍ଥୀ କରିଛି । ନିକଟରେ ଋଷଭ ବିଜେପିରେ ଯୋଗ ଦେଇଥିଲେ ।

ଘୋଷିତ ହୋଇଥିବା ୨ଟି ଲୋକସଭା ଓ ୯ଟି ବିଧାନସଭା ପ୍ରାର୍ଥୀ ତାଲିକା-

  1. ଝାରସୁଗୁଡା- ଦିନେଶ ଜୈନ
  2. ରେଢାଖୋଲ- ଦେବେନ୍ଦ୍ର ମହାପାତ୍ର
  3. ଭଣ୍ଡାରୀପୋଖରୀ- ବଦ୍ରିନାରାୟଣ ଧଳ
  4. ଭଦ୍ରକ- ପ୍ରଦୀପ ନାୟକ
  5. ଫୁଲବାଣୀ- ଦେବନାରାୟଣ ପ୍ରଧାନ
  6. ପାରାଦୀପ- ସମ୍ପଦ ସ୍ୱାଇଁ
  7. ଜୟଦେବ- ନରେନ୍ଦ୍ର ନାୟକ
  8. ଜଟଣୀ- ବିଶ୍ୱରଞ୍ଜନ ବଡଜେନା
  9. ବେଗୁନିଆ- ଋଷଭ ନନ୍ଦ
Leave A Reply

Your email address will not be published.