Latest Odisha News

BREAKING NEWS

ଶପଥ ନେଲେ ୩ ମହିଳାଙ୍କ ସମେତ ସୁପ୍ରିମକୋର୍ଟଙ୍କ ୯ ଜଣିଆ ନୂଆ ବିଚାରପତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ୯ ଜଣିଆ ବିଚାରପତି ଆଜି ଶପଥ ନେଇଛନ୍ତି । ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍. ଭି. ରମନା । ଏମାନଙ୍କ ଭିତରେ ଅଛନ୍ତି ୩ ଜଣ ମହିଳା ବିଚାରପତି । ସେମାନେ ହେଲେ ଜଷ୍ଟିସ ବି.ଭି. ନାଗାରତ୍ନା, ଜଷ୍ଟିସ ହିମା କୋହଲି ଓ ଜଷ୍ଟିସ ବେଲା ତ୍ରିବେଦୀ ।

ଜଷ୍ଟିସ ବି.ଭି. ନାଗାରତ୍ନା କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଥିଲେ । ସେ ୨୦୨୭ ବେଳକୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହୋଇ ପାରନ୍ତି । ଯାହା ଏକ ଇତିହାସ ସୃଷ୍ଟି କରିବ। ପ୍ରଧାନ ବିଚାରପତିରେ ହେବାରେ ସେ ହେବେ ପ୍ରଥମ ମହିଳା ।

ସେହିପରି ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ ଜଷ୍ଟିସ ହିମା କୋହଲି । ଗୁଜରାଟ ହାଇକୋର୍ଟର ବିଚାରପତି ଭାବରେ କାର୍ୟ୍ୟଭାର ତୁଲାଉଥିଲେ ଜଷ୍ଟିସ ବେଲା ତ୍ରିବେଦୀ । ସୁପ୍ରିମକୋର୍ଟ ବିଚାରପତି ଭାବରେ ଶପଥ ନେଇଛନ୍ତି ଅନ୍ୟମାନେ ହେଲେ ଜଷ୍ଟିସ ଏଏସ୍ ଓକା, ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ଜେ.କେ. ମାଲେଶ୍ୱରୀ, ଜଷ୍ଟିସ ସି.ଟି. ରବିକୁମାର, ଜଷ୍ଟିସ ଏମ୍.ଏମ୍. ସୁନ୍ଦରେଶ ଓ ଜଷ୍ଟିସ ପ.ଏସ୍. ନରସିଂହା।

ସୁପ୍ରିମକୋର୍ଟ ଇତିହାସରେ ପ୍ରଥମ ଥର ଏକାସଙ୍ଗେ ୯ ଜଣ ବିଚାରପତି ଶପଥ ନେଇଛନ୍ତି । ନୂଆ ବିଚାରପତିଙ୍କ ନିଯୁକ୍ତି ପରେ ସୁପ୍ରିମକୋର୍ଟରେ ବିଚାପତିଙ୍କ ସଂଖ୍ୟା ୩୩କୁ ବୃଦ୍ଧି ପାଇଛି । ସୁପ୍ରିମକୋର୍ଟ କଲିଜିୟମ ଦ୍ୱାରା ୯ ଜଣଙ୍କ ନାଁକୁ କେନ୍ଦ୍ର ଆଇନ ମନ୍ତ୍ରାଳୟକୁ ସୁପାରିଶ କରାଯାଇଥିଲା । ସମସ୍ତ ୯ ବିଚାରପତିଙ୍କ ନାଁ ଉପରେ କେନ୍ଦ୍ର ସରକାର ମୋହର ମାରିବା ପରେ ରାଷ୍ଟ୍ରପତି ଭବନରୁ ବାହାରିଥିଲା ବିଜ୍ଞପ୍ତି ।

Leave A Reply

Your email address will not be published.