Latest Odisha News

BREAKING NEWS

ଭୁବନେଶ୍ୱରରେ ବସ୍ତି ବଏର ରୋବୋଟିକ୍ ଡ୍ୟାନ୍ସ ଦେଖିଲେ ତାଜୁବ ହେବେ, ଫେଲ୍ ମାରିଯିବେ ସୁପର ଡ୍ୟାନ୍ସର

ଭୁବନେଶ୍ୱର: ବସ୍ତି ବଏର ରୋବୋଟିକ୍ ଡ୍ୟାନ୍ସ ଫର୍ମ । ମାଇକେଲ୍ ଜ୍ୟାକସନଙ୍କ ଭଳି ଡ୍ୟାନ୍ସ କରୁଛନ୍ତି । ବଡ଼ ବଡ଼ କୋରିଓଗ୍ରାଫରଙ୍କ ଭଳି ଡ୍ୟାନ୍ସ ଷ୍ଟେପ୍ । ଦେଖିଲେ ତାବୁଜ ହେବେ । ତାଙ୍କର ଡ୍ୟାନ୍ସ ଆଗରେ ସୁପରଡ୍ୟାନସର ବି ଫିକା ପଡ଼ିଯିବେ । ଭୁବନେଶ୍ୱରର ବସ୍ତି ବଏ ସତ୍ୟନାରୟଣ ହାଁସଦା । ଏବେ ସମସ୍ତଙ୍କ ମନ ଜିଣୁଛନ୍ତି । ଭୁବନେଶ୍ୱର ଡିସିପି ତାଙ୍କର ଗୋଟିଏ ଡ୍ୟାନ୍ସକୁ ଟ୍ୱିଟରରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ସତ୍ୟନାରାୟଣ ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି ।

ତାଙ୍କର ଗୋଟିଏ ଗୋଟିଏ ଡ୍ୟାନ୍ସ ଫର୍ମ ମନକୁ ଛୁଇଁଲା ଭଳି । କେତେବେଳୋ ସ୍ଲୋ ମୋସନ୍ ତ କେତେବେଳେ ହିପହପ୍ । ପୁଣି ରୋବୋଟିକ୍ ଫର୍ମ । କାହାରିଠୁ ଡ୍ୟାନ୍ସ ଶିଖି ନାହାନ୍ତି ସତ୍ୟନାରାୟଣ । ଟିଭି ଦେଖି ଏମିତି ଡ୍ୟାନ୍ସ ଅଭ୍ୟାସ କରନ୍ତି । ଭୁବନେଶ୍ୱର ଚୁନକାଳି ବସ୍ତିରେ ସେ ରହନ୍ତି ।

କମିଶନରେଟ ପୋଲିସର ବସ୍ତି ମିତ୍ର ପୋଲିସ ଅଧିକାରୀ ତାଙ୍କର ଏବି ଭିଡିଓଟି ସୁଟ୍ କରିଥିଲେ । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ସତ୍ୟନାରାୟଣଙ୍କ ପ୍ରତିଭା ଏବେ ଫୁଟି ବାହାରୁଛି । ଭୁବନେଶ୍ୱର ଡିସିପିଙ୍କ ଏହି ଟ୍ୱିଟ୍ ପରେ ସୋସିଆଲ୍ ମିଡିଆରେ ସତ୍ୟନାରୟଣଙ୍କ ଡ୍ୟାନ୍ସକୁ ଅନେକ ପସନ୍ଦ କରୁଛନ୍ତି ।

Leave A Reply

Your email address will not be published.