ପୁରୀ : ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସବୁଦିନ ସର୍ବସାଧାରଣ ଦର୍ଶନ ନେଇ ଆସନ୍ତା ୮ ତାରିଖରେ ବସିବ ବୈଠକ । ନୀଳାଦ୍ରି ଭକ୍ତ ନିବାସରେ ହେବାକୁ ଥିବା ବୈଠକରେ ପୂର୍ବରୁ ନିର୍ଦ୍ଧାରିତ ଗାଇଡ ଲାଇନ୍ ସମ୍ପର୍କରେ ଆଲୋଚନା କରାଯିବ । ପୂର୍ବରୁ ଶନିବାର ଓ ରବିବାର ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି । କିନ୍ତୁ ବୈଠକରେ ଏଥିରେ କୋହଳ କରିବା ପାଇଁ ନିଷ୍ପତ୍ତି ନିଆଯାଇପାରେ ।
ସେହିପରି ଆନନ୍ଦ ବଜାରରେ ମହାପ୍ରସାଦ ସେବନ, ଭୋଗ ନଡିଆ ନେବା ଉପରେ ଥିବା କଟକଣାକୁ କୋହଳ କରାଯିବାର ସମ୍ଭାବନା ରହିଛି । ଏହାସହ ଦୁଇ ଡୋଜ୍ କୋଭିଡ ଟିକା ସାର୍ଟିଫିକେଟ ଓ ଆର୍ଟିପିସିଆର୍ ନେଗେଟିଭ ରିପୋର୍ଟକୁ ନେଇ ନିଆଯାଇଥିବା ନିଷ୍ପତ୍ତିର ମଧ୍ୟ ବୈଠକରେ ସମୀକ୍ଷା କରାଯିବ । ଗତ ମାସ ୨୩ ତାରିଖରୁ ଆରମ୍ଭ ହୋଇଥିବା ସର୍ବସାଧାରଣ ଦର୍ଶନର ସମୀକ୍ଷା କରାଯାଇ ଉପଯୁକ୍ତ ପଦକ୍ଷେପ ନିଆଯାଇପାରେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ପୁରୀ ଜିଲ୍ଲାପାଳ, ଏସ୍ପି, ସିଡିଏମ୍ଓ ଓ ୫ ଜଣ ପରିଚାଳନା କମିଟି ସଦସ୍ୟ ଯୋଗଦେବେ ।
Comments are closed.