Latest Odisha News

BREAKING NEWS

ମୟୁରଭଂଜରେ ଖୋଲିଲା ରାଜ୍ୟର ପ୍ରଥମ ବାର୍ଦ୍ଧକ୍ୟ ଜନିତ ଭିନ୍ନକ୍ଷମ ଚିକିତ୍ସା କେନ୍ଦ୍ର

ବାରିପଦା: ଏକ ଭିନ୍ନ ଦୃଷ୍ଟାନ୍ତମୂଳକ ପଦକ୍ଷେପ ପାଇଁ ଚର୍ଚ୍ଚାକୁ ଆସିଛି ମୟୁରଭଂଜ ଜିଲ୍ଲା । ଜିଲ୍ଲାର ସଦର ମହକୁମା ବାରିପଦାରେ ଖୋଲିଲା ରାଜ୍ୟର ପ୍ରଥମ ବାର୍ଦ୍ଧକ୍ୟ ଜନିତ ଭିନ୍ନକ୍ଷମ ଚିକିତ୍ସା କେନ୍ଦ୍ର ।

ଏହି ଚିକିତ୍ସା କେନ୍ଦ୍ରକୁ ଖୋଦ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଆନୁଷ୍ଠାନିକ ଭାବେ ଲୋକାର୍ପିତ କରିଛନ୍ତି । ଜିଲ୍ଲା ଥଇଥାନ ପୁନର୍ବାସ କେନ୍ଦ୍ର ପରିସରରେ ଚିକିତ୍ସା କେନ୍ଦ୍ର ଖୋଲାଯାଇଛି । ଏହି ଚିକିତ୍ସା କେନ୍ଦ୍ରରେ ଭିନ୍ନକ୍ଷମ ବୃଦ୍ଧ ଓ ବୃଦ୍ଧାଙ୍କୁ ରଖାଯାଇ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବାର ସୁବ୍ୟବସ୍ଥା କରାଯାଇଛି ।

ନୂତନ ଭାବେ ସ୍ଥାପିତ ଚିକିତ୍ସା କେନ୍ଦ୍ର ପାଇଁ ପ୍ରଶାସନ ତରଫରୁ ହେଲ୍ପ ଲାଇନ୍ ନମ୍ବର (୧୪୫୬୭) ଜାରି କରାଯାଇଛି । ବାର୍ଦ୍ଧକ୍ୟ ଜନିତ ଭିନ୍ନକ୍ଷମ ରୋଗରେ ପୀଡିତ ଲୋକେ ହେଲ୍ପ ଲାଇନ୍ ନମ୍ବରରେ କଲ୍ କରି ତୁରନ୍ତ ଏହି ଚିକିତ୍ସା କେନ୍ଦ୍ରରେ ସେବା ପାଇପାରିବେ ।

Comments are closed.