Latest Odisha News

BREAKING NEWS

ଅନ୍ ଲାଇନ୍ ଠକେଇ ଅଭିଯୋଗ

ଜୟପୁର: ଫୋନ୍ ପେ ରେ ଠକାମିର ଶିକାର । ଥାନାର ଦ୍ୱାରସ୍ଥ ହେଲେ ଏକାଧିକ ମହିଳା । ବୈପାରିଗୁଡା ଥାନା ପୋଡେଇଗୁଡା ଗାଁ ରେ ଏପରି ଘଟଣା ଘଟିଛି। ଗାଁ ର ମହିଳାମାନେ ଜୟପୁର ସ୍ଥିତ ସ୍ୱତନ୍ତ୍ର ପାଇନାନ୍ସ କମ୍ପାନୀଠାରୁ ଋଣ ଆଣିଥିଲେ। କିସ୍ତି ହିସାବରେ ସେମାନେ ସପ୍ତାହକୁ ଥରେ ଟଙ୍କା ପୈଠ କରୁଥିଲେ। ହେଲେ ଏହାର ସୁଯୋଗ ନେଇ କେହିଜଣେ ସ୍ୱତନ୍ତ୍ର ପାଇନାନ୍ସ କମ୍ପାନୀ ନାଁ ରେ ଫୋନ୍ ରେ ଫେକ୍ କଲ କରି କହିଲେ ଯେ,ସ୍ୱତନ୍ତ୍ର ପାଇନାନ୍ସ କମ୍ପାନୀ
ପକ୍ଷରୁ ଏକ ସୁଯୋଗ ଆସିଛି।

ଜଣକ ପିଛା ୨୫୦୦ ଟଙ୍କା ବାନ୍ଧିଲେ ୨୦ ହଜାର ଟଙ୍କା ସଙ୍ଗେ ସଙ୍ଗେ ଆକାଉଣ୍ଟକୁ ଆସିଯିବ। ଫାଇନାନ୍ସ କମ୍ପାନୀଠାରୁ ଋଣ ଆଣିଥିବା ମହିଳାମାନେ ଫେକ୍ କଲ୍ ନମ୍ବରେ ଟଙ୍କା ପୈଠକରିଥିଲେ। ହେଲେ ପରେ ସ୍ୱତନ୍ତ୍ର ପାଇନାନ୍ସ କମ୍ପାନୀର ବ୍ରାଞ୍ଚ ମ୍ୟାନେଜରଙ୍କ ଠାରୁ ଏହା ଫେକ୍ ସେମାନେ ଠକାମିର ଶିକାର ହୋଇଛନ୍ତି ଜାଣିପାରିଲେ । ଏନେଇ ବୈପାରିଗୁଡା ଥାନା ଦ୍ୱାରସ୍ତ ହୋଇଛନ୍ତି ପୋଡେଇଗୁଡାର ମହିଳାମାନେ।

 

Comments are closed.