Latest Odisha News

ହାଇଦ୍ରାବାଦ ଦୁଷ୍କର୍ମ ପୀଡିତାଙ୍କ ପରିଚୟ ଉଜାଗର କରି ଫସିଲେ ୩୮ ସେଲିବ୍ରେଟି

ମୁମ୍ବାଇ: ୨୦୧୯ ହାଇଦ୍ରାବାଦ ଗଣ ଦୁଷ୍କର୍ମ ଘଟଣା ରେ ପୀଡାତାଙ୍କୁ ନ୍ୟାୟ ଦେବା ପାଇଁ ଅନେକ ଲୋକ ସ୍ୱର ଉତୋଳନ କରିଥିଲେ । ଏଥିରେ ସଲମାନ ଖାଁ, ଅଜୟ ଦେବଗାନ, ଅକ୍ଷୟ କୁମାର ଓ ଅଭିଷେକ ବଚ୍ଚନଙ୍କ ପରି ଅଭିନେତା ବି ସାମିଲ ଥିଲେ । ସେମାନେ ସେମାନଙ୍କ ସୋସିଆଲ ମିଡିଆ ଆକାଂଉଟରେ ପୀଡିତାଙ୍କ ଫଟୋ ଶେୟାର କରିଥିଲେ । ଯାହାକୁ ନେଇ ଦିଲ୍ଲୀ ଓକିଲ ଗୌରବ ଗୁଲାଟୀ ପୋଲିସରେ ଅଭିଯୋଗ ଦାଖଲ କରିଛନ୍ତି । ଦୁଷ୍କର୍ମ ପୀଡିତାଙ୍କ ପରିଚୟ ପ୍ରଦାନ କରିବା ମସ୍ତବଡ ଭୁଲ । ସେ ୩୮ ସେଲିବ୍ରେଟିଙ୍କୁ ଗିରଫ କରିବା ପାଇଁ ଆଇନର ଆଶ୍ରୟ ନେଇଛନ୍ତି ।

ସୂଚନାଯୋଗ୍ୟ, ୨୮ ନଭେମ୍ବର ୨୦୧୯ରେ ହାଇଦ୍ରାବାଦର ଏକ ଭେଟନରୀ ଡାକ୍ତରଙ୍କୁ ୪ ଅପହରଣ କରିନେବା ସହ ଦୁଷ୍କର୍ମ କରିଥିଲେ । ଏହାପରେ ସେମାନେ ପୀଡିତାଙ୍କୁ ଜାଳି ଦେଇଥିଲେ । ଏହି ଘଟଣା ଦୀସା ରେପ କେସ ଭାବେ ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଥିଲା । ଘଟଣା ୨ ଦିନ ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ସିନ ରିକ୍ରିଏଶନ ସମୟରେ ସେମାନେ ଫେରାର ହେବାକୁ ଚେଷ୍ଟା କରିବାରୁ ପୋଲିସ ସମସ୍ତଙ୍କୁ ଏନକାଂଉଟର କରିଥିଲା ।

Comments are closed.