Latest Odisha News

ଛାତ୍ର ଓ ଶିକ୍ଷକ କରୋନା ପଜିଟିଭ୍‌, ବନ୍ଦ ହେଲା ସ୍କୁଲ

ଭୁବନେଶ୍ବର : ଚିନ୍ତା ବଢ଼ାଇଲା ମହାମାରୀ । ଛାତ୍ର ଓ ଶିକ୍ଷକ କରୋନା ପଜିଟିଭ୍‌ ଚିହ୍ନଟ ପରେ ସପ୍ତାହେ ପାଇଁ ବନ୍ଦ ରହିଲା ଢେଙ୍କାନାଳ କାନପୁରା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ । ସପ୍ତାହେ ପାଇଁ ସ୍କୁଲକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ । ବିଦ୍ୟାଳୟରେ ପ୍ରଥମ ଦିନ ୧୯୭ ଜଣ ଏବଂ ଦ୍ବିତୀୟ ଦିନ ୧୪୭ ଜଣଙ୍କର କରୋନା ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କର ରିପୋର୍ଟ ପଜିଟିଭ ଆସିଥିଲା । ଏମାନଙ୍କ ମଧ୍ୟରେ ୧୪ ଜଣ ଛାତ୍ରଛାତ୍ରୀ ଓ ୬ ଜଣ ଶିକ୍ଷକ ଏବଂ କର୍ମଚାରୀ ରହିଛନ୍ତି । ଏଥିପାଇଁ ବିଦ୍ୟାଳୟ ଓ ହଷ୍ଟେଲକୁ ସପ୍ତାହେ ପାଇଁ ବନ୍ଦ କରି ଦିଆଯାଇଛି ।

ସେହିପରି ବରଗଡ଼ର ଏକ ଘରୋଇ ବିଦ୍ୟାଳୟର ହଷ୍ଟେଲରେ ପିଲା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪ ଦିନରେ ୧୯ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଛାତ୍ରଛାତ୍ରୀ ଓ ଶିକ୍ଷକ ପଜିଟିଭ୍ ଚିହ୍ନଟ ପରେ ସ୍କୁଲକୁ ସାନିଟାଇଜ୍ କରାଯାଇଛି । ଅନ୍ୟପଟେ ସ୍କୁଲ ଓ ହଷ୍ଟେଲରେ ପିଲା କରୋନା ସଂକ୍ରମିତ ହେବା ପରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ପିଲାଙ୍କ ସୁରକ୍ଷା ସରକାରଙ୍କ ଦାୟିତ୍ବ । ଏପରି ସମ୍ବେଦନଶୀଳ ଘଟଣା ଉପରେ ନଜର ରଖାଯାଇଛି ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

Comments are closed.