Latest Odisha News

BREAKING NEWS

ବିଗ୍‌ ବାସ୍କେଟ୍‌ ଗୋଡାଉନରେ ଅଗ୍ନିକାଣ୍ଡ; ୨ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ

ପୁଣେ: ପୁଣେର ଏକ ବିଗ୍‌ ବାସ୍କେଟ୍‌ ଗ୍ରୋସରୀ ଷ୍ଟୋର୍‌ର ଗୋଡାଉନରେ ଅଗ୍ନିକାଣ୍ଡ ଘଟିଛି।

ରବିବାର ଦିନ ରାତି ୧୧.୩୦ ସମୟରେ ପୁଣେର ବଭାନ୍ ବୁଡ୍ରୁକ୍ ଅଞ୍ଚଳରେ ଅବସ୍ଥିତ ବିଗ୍ ବାସ୍କେଟ୍ ଗୋଡାଉନ୍‌ରେ ଏହି ଅଗ୍ନିକାଣ୍ଡ ଘଟିଛି।

ଗୋଡାଉନ୍‌ରେ ନିଆଁ ଲାଗିଯିବା ଫଳରେ ଶସ୍ୟ, ପନିପରିବା, ଖାଦ୍ୟ ସାମଗ୍ରୀ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଅଗ୍ନିକାଣ୍ଡରେ ୨ ଲକ୍ଷ ଟଙ୍କାର ଖାଦ୍ୟ ସାମଗ୍ରୀ ନଷ୍ଟ ହୋଇଥିବା ଜଣାପଡିଛି।

ବିଗ୍ ବ୍ୟାସ୍କେଟର ମ୍ୟାନେଜର କହିଛନ୍ତି ଯେ ପୁଣେ ସହରରେ ଯୋଗାଣ ପାଇଁ ଏହା ହେଉଛି ମୁଖ୍ୟ ଗୋଦାମ।

ରବିବାର ରାତିରେ ଏହି ଗୋଦାମରେ ପ୍ରାୟ ୯୦ ଲକ୍ଷ ଟଙ୍କାର ଷ୍ଟକ୍ ରଖାଯାଇଥିଲା। ଅଗ୍ନିକାଣ୍ଡରେ ଆସବାବପତ୍ର ଏବଂ ଅନ୍ୟାନ୍ୟ ଉପକରଣ ମଧ୍ୟ ନଷ୍ଟ ହୋଇଯାଇଛି। ମୋଟ ୮ ଲକ୍ଷ ଟଙ୍କାର ସାମଗ୍ରୀ ମହଜୁଦ୍‌ ଥିବା ବେଳେ ସେଥିରୁ ୬ ଲକ୍ଷ ଟଙ୍କାର ସାମଗ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।

Comments are closed.