Latest Odisha News

BREAKING NEWS

ପୁରୀରେ ୮୭ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

ପୁରୀ : ଲଗାଣ ବର୍ଷା ଯୋଗୁଁ ଜନଜୀବନ ବିପର୍ଯ୍ୟସ୍ତ । ପୁରୀରେ ୮୭ ବର୍ଷ ପରେ ପୁଣି ସେପ୍ଟେମ୍ବର ମାସରେ ରେକର୍ଡ ଭାଙ୍ଗି ଅଧିକ ବର୍ଷା ହୋଇଛି ।  ୧୯୩୪ ସେପ୍ଟେମ୍ବର ୨୦ରେ ୨୩୪ମିମି ବର୍ଷା ହୋଇଥିଲା ।  ଜିଲ୍ଲାରେ ୨୪ ଘଂଟାରେ ସର୍ବାଧିକ ୩୪୧ ମିଲିମିଟର ବର୍ଷା ରେକର୍ଡ ହୋଇଛି ।ସେହିଭଳି କାକଟପୁରରେ ୫୨୦ ମିମି, ଗୋପରେ ୩୩୧ ମିମି ବର୍ଷା ରେକର୍ଡ କରାଯାଇଛି । ସତ୍ୟବାଦୀରେ ୩୨୮ ମିମି, ନିମାପଡ଼ାରେ ୩୦୨ ମିମି, ପିପିଲିରେ ୨୬୩ ମିମି ବର୍ଷା ରେକର୍ଡ ହୋଇଛି । ୨୪ ଘଂଟା ମଧ୍ୟରେ ବ୍ରହ୍ମଗିରିରେ ୨୪୦ ମିମି, ଡେଲାଙ୍ଗରେ ୨୨୮ ମିମି, କଣାସରେ ୨୧୨ ମିମି ଓ କୃଷ୍ଣପ୍ରସାଦରେ ୧୭୯.୪ ମିମି ବର୍ଷା ହୋଇଛି । ୩ ରୁ ୪ ଫୁଟ ପାଣି ଜମି ରହିଥିବା ଯୋଗୁ ଲୋକ ମାନେ ଯିବା ଆସିବା କରି ପାରୁନାହାନ୍ତି । ବିଶେଷ ପୁରୀର ସୁଜାତା ନଗର , ମାଟି ତୋଟା , ବାଲି ଘାଟ , ବଳିଆ ପଣ୍ଡା , ଆଦି ଅଞ୍ଚଳରେ ଲୋକ ମାନେ ଜଳବନ୍ଦୀ ହୋଇ ପଡିଛନ୍ତି ।

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ପୁରୀରେ ତଳିଆ ଅଞ୍ଚଳ ଗୁଡିକରେ ବର୍ଷା ଜଳ ଜମି ରହିଛି । ଲଗାଣ ବର୍ଷା ଯୋଗୁଁ ଦୋକାନ ବଜାର ପ୍ରାୟତଃ ବନ୍ଦ ରହିଥିବା ବେଳେ ଗାଡି ମୋଟର ଚଳାଚଳ ଉପରେ ମଧ୍ୟ ପ୍ରଭାବ ପଡିଛି । ଲଗାଣ ବର୍ଷା ପାଇଁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ମନ୍ତ୍ରୀଙ୍କ ଘୋଷଣା ପରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ସୋମବାର ଶିକ୍ଷାନୁଷ୍ଠାନ ଗୁଡିକରେ ପାଠପଢା ବନ୍ଦ ରହିବ । ମାତ୍ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଦ୍ୟାଳୟକୁ ଆସିବେ । ବର୍ଷା ଦ୍ବାରା ବିଶେଷ ସମସ୍ୟା ନଥିଲେ ଟୀକାକରଣ ଜାରି ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। .. .

Leave A Reply

Your email address will not be published.