Latest Odisha News

BREAKING NEWS

ଟି୨୦ ବିଶ୍ୱକପ ପରେ ଅଧିନାୟକ ପଦ ଛାଡିବେ କୋହଲି !

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପରେ ବିରାଟ କୋହଲି ସୀମିତ ଓଭର ଅଧିନାୟକ ପଦରୁ ଓହରିଯିବା ପାଇଁ ନିଷ୍ପତି ନେଇଛନ୍ତି । ବିସିସିଆଇ ଓ ଟାଇମ୍ସ ଅଫ ଇଣ୍ଡିଆ ଅନୁସାରେ ହିଟମ୍ୟାନ ରୋହିତ ଶର୍ମା ଏହି ଗୁରୁ ଦାୟିତ୍ୱ ତୁଲାଇବେ । ବ୍ୟାଟିଂ ଉପରେ ମନୋନିବେଶ କରିବା ପାଇଁ କୋହଲି ଏହି ନିଷ୍ପତି ନେଇଥିବା ଜଣାପଡିଛି । ପୂର୍ବରୁ ମହେନ୍ଦ୍ର ସିଂ ଧୋନୀ ଯେପରି ଟେଷ୍ଟ କ୍ୟାପଟେନ କୋହଲିଙ୍କୁ ଦେଇଥିଲେ ବର୍ତମାନ ସେହି ପନ୍ଥା ସେ ଆପଣାଇଛନ୍ତି ।

୩ଟି ଯାକ ଫର୍ମାଟରେ ଅଧିନାୟକ ଦାୟିତ୍ୱ ତୁଲାଇବା ଫଳରେ କୋହଲି ଚାପରେ ରହୁଛନ୍ତି ଏବଂ ଏହାର ପ୍ରଭାବ ତାଙ୍କ ବ୍ୟାଟିଂ ଉପରେ ପଡୁଛି । ୨୦୨୨ ଓ ୨୦୨୩ରେ ଟିମ୍ ଇଣ୍ଡିଆ ଆହୁରି ୨ଟି ବିଶ୍ୱକପ ଖେଳିବ । ଏହି ସବୁ ଦୃଷ୍ଟିକୋଣ ବିଚାରକୁୂ ନେଇ କୋହଲି ନିଜେ ତାଙ୍କ ଅଧିନାୟକ ପଦ ଛାଡିବା ପାଇଁ ଯୋଜନା କରୁଛନ୍ତି । କୋହଲି ୯୫ ଦିନିକିଆରେ ଅଧିନାୟକ ଦାୟିତ୍ୱ ତୁଲାଇ ୬୫ରେ ଦଳକୁ ବିଜୟୀ କରାଇଛନ୍ତି । ସେହିପରି ୪୫ଟି୨୦ରେ ତାଙ୍କ ନେତୃତ୍ୱରେ ଭାରତ ୨୭ ବିଜୟ ହାସଲ କରିଛି ।

Leave A Reply

Your email address will not be published.