Latest Odisha News

BREAKING NEWS

ବ୍ରାହ୍ମଣୀରେ ଘାଇ, ଲୋକେ ଜଳବନ୍ଦୀ

ଯାଜପୁର: ବ୍ରାହ୍ମଣୀ ନଦୀରେ ଘାଇ ।ଯାଜପୁର ଜିଲ୍ଲାର ଅନେକ ଅଞ୍ଚଳ ଏବେ ବନ୍ୟା ପାଣି ଘେରରେ। ବରୀ ବ୍ଲକ ସାହୁପଡ଼ା ପଞ୍ଚାୟତର ମାଟିଆପଡ଼ା ନିକଟରେ ବ୍ରାହ୍ମଣୀ ନଦୀରେ ଦୁଇଟି ଘାଇ ସୃଷ୍ଟି ହୋଇଛି। ଏଥିଯୋଗୁଁ ସାହୁପଡ଼ା ଏବଂ ଧାରପୁର ପଞ୍ଚାୟତରେ ବ୍ୟାପକ କ୍ଷୟ କ୍ଷତି ହୋଇଛି। ଅନେକ ଅଞ୍ଚଳ ଜଳମଗ୍ନ ହୋଇଯାଇଛି ।

ହଜାର ହଜାର ଲୋକମାନେ ଏଥିରେ ପ୍ରଭାବିତ ହେବାର ଆଂଶକା ରହିଛି ।  ତଳିଆ ଅଞ୍ଚଳ ପାଇଁ ବିପଦ ଅଧିକ ରହିଛି । ଏନେକ ଗାଁ ଏବେ ଜଳବନ୍ଦୀ । ଅନେକ ଚାଷ ଜମିରେ ପାଣି ପଶିଯାଇଛିା ।ଫଳରେ ଲୋକମାନେ ଏବେ ଚିନ୍ତାରେ ପିଡିଯାଇଛନ୍ତି ।

କାଲି ରାତି ୧୧ ଟା ସୁଧା ବ୍ରାହ୍ମଣୀ ନଦୀର ଜେନାପୁର ଠାରେ ୬୮.୨୦ ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରଭାବିତ ହେଉଥିଲା ।ହେଲେ ଆଜି ସକାଳ ୭ ଟା ସୁଧା ବନ୍ୟା ଜଳ ହ୍ରାସ ପାଇ ୬୭.୬୦ ଉପରେ ପ୍ରଭାବିତ ହୋଇଛି  । ଏଠାରେ ବିପଦ ସଙ୍କେତ ୬୭ ଫୁଟ ରହିଛି । ଅନେକ ଲୋକ ଏବେ ବିପଦ ଘେରରେ ରହିଛନ୍ତି। ସେପଟେ ବ୍ରାହ୍ମଣୀ ନଦୀର ବନ୍ଧଢିହି ପଞ୍ଚାୟତ ଓ କନ୍ଧିଆ ଠାରେ ଥିବା ଘେରି ବନ୍ଧରେ ମଧ୍ୟ ଘାଇ ସୃଷ୍ଟି ହୋଇଛି ଏଥି ଯୋଗୁଁ ଏକ ଶହେରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।

Comments are closed.