Latest Odisha News

BREAKING NEWS

ବ୍ରାହ୍ମଣୀ ବଢ଼ି ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଆଜି ମିଳିଲା ମୃତଦେହ

ଯାଜପୁର: ଗତକାଲି ବ୍ରାହ୍ମଣୀ ନଦୀର ବନ୍ୟା ଜଳରେ ବାପା ଓ ପୁଅ ଭାସିଯାଇ ନିଖୋଜ ଥିଲେ । ଆଜି ସକାଳେ ଦୁହିଁଙ୍କର ମୃତଦେହ ଉଦ୍ଧାର ହୋଇଛି । ଯାଜପୁର ଜିଲ୍ଲା ବରି ବ୍ଲକ ବଳିଆ ପଞ୍ଚାୟତ ଅନ୍ତର୍ଗତ ଗଙ୍ଗାଧରପୁର ଗାଁରେ । ମୃତକମାନେ ହେଲେ କିଶୋର ସିଂ ଓ ତାଙ୍କ ପୁଅ କୈଳାସ ସିଂ ।

ଗତକାଲି କିଶୋର ଗାଈ ଆଣିବାକୁ ଯାଇଥିବା ବେଳେ ବନ୍ୟା ସ୍ରୋତରେ ଭାସିଯାଇଥିଲେ। ବାପା ପାଣି ସୁଅରେ ଭାସି ଯାଉଥିବା ବେଳେ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ କୈଳାସ । ସେ ବି ପାଣି ସୁଅରେ ଭାସି ଯାଇଥିଲେ । ଖବର ପାଇ ବରୀ ଅଗ୍ନିଶମ ବାହିନୀ କର୍ମଚାରୀ ବହୁ ଖୋଜାଖୋଜି କରିଥିଲେ ବି ସେମାନଙ୍କୁ ସନ୍ଧାନ ମିଳି ନଥିଲା ।

ଆଜି ସକାଳୁ ଗଙ୍ଗାଧରପୁର ସ୍କୁଲ ନିକଟରେ ଉଭୟ ବାପା ଓ ପୁଅର ମୃତଦେହ ଭାସୁଥିବା ଲୋକେ ଦେଖିଥିଲେ । ପରେ ପରିବାର ଲୋକଙ୍କ ସହାୟତାରେ ମୃତଦେହ ଉଦ୍ଧାର କରାଯାଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.