ବାଲେଶ୍ବର : ଜନସେବାର ଏକ ସୁନ୍ଦର ଉଦାହରଣ ସୃଷ୍ଟି କରିଛନ୍ତି ବାଲେଶ୍ବର ସଦର ବିଧାୟକ ସ୍ବରୂପ ଦାସ । ନିଜ ନିର୍ବାଚନ ମଣ୍ଡଳୀରେ ନିସ୍ବାର୍ଥପର ସେବା ପାଇଁ ବିଧାୟକ ସ୍ବରୂପ ଦାସଙ୍କୁ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକ ପ୍ରତିନିଧିମାନେ ଏମିତି କାର୍ଯ୍ୟ କରି ଲୋକଙ୍କ ପ୍ରଶଂସା ଯୋଗ୍ୟ ହେବା ପାଇଁ ଟ୍ବିଟ କରିଛନ୍ତି ମୁଖ୍ୟମନ୍ତ୍ରୀ ।
Appreciate @SwarupDas_BLS, MLA from Baleswar Sadar constituency, for rescuing a pregnant woman from the flood-affected Mundadhar village. His selfless service for his constituents has set an example in public service. #OdishaCares https://t.co/UxYbELlGIW
— Naveen Patnaik (@Naveen_Odisha) September 17, 2021
ଗୁରୁବାର ଲଗାଣ ବର୍ଷା ଜନିତ ଜଳବନ୍ଦୀ ସମସ୍ୟାରେ ଫସିଥିବା ଗର୍ଭବତୀଙ୍କୁ ଉଦ୍ଧାର କରି ବିଧାୟକ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ବିଧାୟକଙ୍କ ଏପରି ସ୍ବାର୍ଥହୀନ ସେବା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ସଦର ବ୍ଲକ ଓଲନ୍ଦା ସାରଙ୍ଗା ଅଞ୍ଚଳର ଜଣେ ଗର୍ଭବତୀ ପାଣିଘେରରେ ଥିବା ବେଳେ, ପ୍ରସବ ପାଇଁ ସେ ମେଡିକାଲ ଆସି ପାରୁନଥିଲେ । ଏହି ଘଟଣା ଜାଣିବା ପରେ ବିଧାୟକ ସ୍ବରୂପ ଦାସ ବୋଟ ଜରିଆରେ ମହିଳାଙ୍କୁ ରାସ୍ତା ଉପରକୁ ଆଣି ନିଜ ଗାଡ଼ିରେ ମେଡିକାଲ ନେଇଥିଲେ । ସେଠାରେ ମହିଳା ଜଣଙ୍କ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ ।
Comments are closed.