Latest Odisha News

BREAKING NEWS

ଦେଶରେ ନ୍ୟାୟିକ ପ୍ରକ୍ରିୟାରେ ହେଉଛି ବିଳମ୍ବ, କ୍ଷୋଭ ପ୍ରକାଶ କଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ : ଦେଶରେ ନ୍ୟାୟିକ ପ୍ରକ୍ରିୟାରେ ହେଉଛି ବିଳମ୍ବ । ଯେଉଁଥିପାଇଁ ନ୍ୟାୟ ପାଉନାହାନ୍ତି ସାଧାରଣ ଲୋକ । ନ୍ୟାୟ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଗରିବ ଲୋକଟିଏ ଦୀର୍ଘ ବର୍ଷ ଧରି କୋର୍ଟର ଚକ୍କର କାଟୁଛନ୍ତି । ଏପରିକି ନ୍ୟାୟ ପାଇବାରେ ଅନେକ ପ୍ରତିବନ୍ଧକ ମଧ୍ୟ ସୃଷ୍ଟି ହେଉଛି । ଫଳରେ ଆଇନ ବ୍ୟବସ୍ଥାରେ ଉପନିବେଶୀୟ ଶାସନର ପରିବର୍ତ୍ତନ କରି ଭାରତୀୟକରଣ କରିବା ଆବଶ୍ୟକ ବୋଲି କହିଛନ୍ତି ପ୍ରଧାନ ବିଚାରପତି ଏନ.ଭି ରମଣା ।

ନ୍ୟାୟିକ ବ୍ୟବସ୍ଥାରେ ପରିବର୍ତ୍ତନ କରି ଦେଶବାସୀଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ବ ଦେଇଛନ୍ତି ପ୍ରଧାନ ବିଚାରପତି । ସମାଜର ବାସ୍ତବ ବ୍ୟବସ୍ଥାକୁ ଗ୍ରହଣ କରିବା ସହ ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ସ୍ଥାନୀୟକରଣ କରାଯିବାର ସମୟ ଆସିଛି । କୋର୍ଟର କାର୍ଯ୍ୟ କରିବା ବ୍ୟବସ୍ଥା ଭାରତୀୟଙ୍କ ସହ ଖାପ ଖାଉ ନାହିଁ । ଅନେକ ସମୟରେ ଗ୍ରାମାଞ୍ଚଳ ପରିବାରରେ ହେଉଥିବା ମାମଲା କୋର୍ଟରେ ଶୁଣାଣି ଚାଲିଥିବା ବେଳେ ଇଂରାଜୀରେ ହେଉଥିବା ଯୁକ୍ତିକୁ ମୁଦାଲା ବୁଝି ପାରୁନାହାନ୍ତି । ଯାହା ମାମଲା ସମାଧାନ ପ୍ରକ୍ରିୟାକୁ ଅଧିକ ଜଟିଳ କରୁଛି ବୋଲି ପ୍ରଧାନ ବିଚାରପତି କହିଛନ୍ତି ।

Leave A Reply

Your email address will not be published.