ଭୁବନେଶ୍ୱର: ଜାତୀୟ ଜୁନିୟର ଖୋଖୋ ଚାମ୍ପିୟନଶିପ ସେପ୍ଟମ୍ବରୁ ୨୨ରୁ ୨୬ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ଆୟୋଜିତ ହେବ । ଯୁବ ଓ କ୍ରୀଡା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହା କହିଛନ୍ତି । ଓଡିଶା ଖୋଖୋ ଆସୋସିଏଶନ, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଓ କିଟ ଡିମ ୟୁନିଭରସିଟି ଆନୁକୂଲ୍ୟରେ ଏହା ଆୟୋଜିତ ହେଉଛି । ଉଭୟ ବାଳକ ଓ ବାଳିକା ବିଭାଗରେ ୬୦ ଟିମର ୭୦୦ରୁ ଊର୍ଦ୍ଧ୍ୱ ଖେଳାଳି ଏଥିରେ ଅଂଶଗ୍ରହଣ କରିବେ । ଟିମଗୁଡିକୁ ୮ଟି ଗ୍ରୁପରେ ଭାଗ କରାଯାଇଛି । ଓଡିଶା ବାଳକ ଟିମ ଗ୍ରୁପ ଡି’ରେ ସ୍ଥାନ ପାଇଛି । ଏହି ଗ୍ରୁପରେ କର୍ଣ୍ଣାଟକ, ବିହାର, ମଧ୍ୟପ୍ରଦେଶ ଓ ମେଘାଳୟ ରହିଛନ୍ତି ।
ସେହିପରି ଆନ୍ଧ୍ରପ୍ରଦେଶ, ମଣିପୁର ଓ ଜମ୍ମୁ-କଶ୍ମୀର ଟିମ ସହ ଓଡିଶା ବାଳିକା ଟିମ୍ ଗ୍ରୁପ ଇରେ ସ୍ଥାନ ପାଇଛନ୍ତି । ଆସନ୍ତା ବର୍ଷ ହରିୟାଣାର ପଂଚକୁଲାରେ ଆୟୋଜିତ ହେବାକୁ ଥିବା ୪ର୍ଥ ଖେଲୋ ଇଣ୍ଡିଆ ୟୁଥ ଗେମ୍ସ ପାଇଁ ଏହି ଜାତୀୟ ଚାମ୍ପିୟନଶିପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଭାବେ ପରିଗଣିତ ହେବ । ସୂଚନାଯୋଗ୍ୟ, ୨୦୧୬-୧୭ରେ ଓଡିଶା ସବ ଜୁନିୟର ଜାତୀୟ ଚାମ୍ପିୟନଶିପ କିଟରେ ଆୟୋଜିତ ହୋଇଥିଲା ।
BREAKING NEWS
- ପାଞ୍ଚ ବର୍ଷରେ ଖାଲିଥିବା ସମସ୍ତ ଦେଢ ଲକ୍ଷ ପଦ ପୂରଣ ହେବ:ମୁଖ୍ୟମନ୍ତ୍ରୀ
- Truck falls: ଭୟଙ୍କର ସଡ଼କ ଦୁର୍ଘଟଣା; ଗଭୀର ଘାଟିକୁ ଟ୍ରକ୍ ଖସି ୨୨ ଶ୍ରମିକଙ୍କ ଚାଲିଗଲା ଜୀବନ
- OTET 2025 Exam: ଓଟିଇଟି ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ ହେଇଛି ଏହି ବ୍ୟବସ୍ଥା…ଡିସେମ୍ବର ୧୭ରେ ପରୀକ୍ଷା
- ଓଲଟିଲା ଗ୍ୟାସ ଟ୍ୟାଙ୍କର
- ସଂସଦ ଅଧିବେଶନରେ ଉଠିଲା ଦିଲ୍ଲୀ ପ୍ରଦୂଷଣ ପ୍ରସଙ୍ଗ, ଭୟ କଲେଣି ସାଂସଦ
- ବାଙ୍କୋ ପଥର ଖଣିରୁ ବିସ୍ଫୋରକ ଲୁଟ୍ ମାମଲାରେ NIAର ଚାର୍ଜସିଟ୍ ଦାଖଲ; ୧୧ମାଓବାଦୀଙ୍କ ନାଁରେ…
- Marijuana Smuggling: ସିକ୍ରେଟ୍ ଚାମ୍ବରରେ ଗଞ୍ଜେଇ ଚୋରା ଚାଲାଣ, ୨ ଗିରଫ
- Indigo Flights Cancelled: ଭୁବନେଶ୍ବରରୁ ୮ଟି ଇଣ୍ଡିଗୋ ବିମାନ ବାତିଲ
- ଆସନ୍ତୁ ଜାଣିବା ଟିମ ଇଣ୍ଡିଆ ଦବଙ୍ଗ, ଧୂରନ୍ଧର ବାହୂବଳୀ, ସୈୟରା କିଏ
- Tirupati dupatta ‘scam’:ପ୍ରସିଦ୍ଧ ତିରୁପତି ମନ୍ଦିରରେ ନକଲି ଘିଅ ପରେ ‘ନକଲି ସିଲ୍କ’ ଦୁର୍ନୀତିର ପର୍ଦ୍ଦାଫାଶ
Comments are closed.