Latest Odisha News

କବିତା : ମୁଁ ଭୁଲି ଯାଇଛି

ଡମ୍ବରୁଧର ବେହେରା 

ମୁଁ ଭୁଲି ଯାଇଛି ତୁମକୁ
କେବେଠାରୁ
ବାହାରେ ଆଉ ଭିତରେ…
ଯେତେ ଚେଷ୍ଟା କଲେ
ଦେଖିବାକୁ, ଦେଖିପାରୁ ନାହିଁ ।

ଦିଶୁଛି
କେବଳ ଖାଲି ଏବଂ ଖାଲି…
ଶୂନ୍ୟସ୍ଥାନ ପୂରଣକର ଭଳି
କିନ୍ତୁ ତଥାପି
ନିଶ୍ୱାସ ନେଉଛି
ତୁମ ସ୍ମୃତିକୁ ପାଥେୟ କରି
ବଞ୍ଚିବାକୁ ମରି ମରି।

ମୁଁ ଆଉ
ମୁଁ ହୋଇ ନାହିଁ ଏବେ
ଅତୀତର ସ୍ମୃତିକୁ
ଭାବି ପାରିବାକୁ
ମୋ ‘ ମୃତ୍ୟୁ ଶବକୁ
ଚିହ୍ନଟ କରି
ବୋହିବାକୁ !

ମୁଁ ଏବେ ମୃତ୍ୟୁ ଲୋକର
ଏକ ଛାୟା
ତୁମ ପଛେ ପଛେ ଛିଡ଼ା
ହେଲେ ଅଲୋଡା
କିନ୍ତୁ ଆପଣଙ୍କୁ ଲୋଡା…
ମୁଁ ଭୁଲି ଯାଇଛି
ଖୋଜିବା
ପାଇବା
ପାଇ ହରାଇବା
ତୁମକୁ ଯାହା ଲୋଡା…

ନବୋଦୟ ବିଦ୍ୟାଳୟ
ପାରଳାଖେମୁଣ୍ଡି(ଗଜପତି)
ସମ୍ପର୍କ -୯୪୩୮୮୮୮୪୬୪

Leave A Reply

Your email address will not be published.