Latest Odisha News

BREAKING NEWS

ଆଜି ବାଇଡେନଙ୍କୁ ଭେଟିବେ ମୋଦି , ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା

ୱାଶିଂଟନ୍ : ଆଜି ବିଶ୍ୱର ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ଗୁରୁତ୍ୱ ପୂର୍ଣ୍ଣ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ରହିଛି । ଅନ୍ୟପଟେ କ୍ୱାର୍ଡ ସମ୍ମିଳନୀ ମଧ୍ୟ ଆଜି ବସିବ । ଚୀନର ବିସ୍ତାରବାଦୀ ନୀତି ଓ ସୀମାପାର ଆତଙ୍କବାଦ ନେଇ ଆଲୋଚନା ହୋଇପାରେ। ଅନ୍ୟପଟେ ଭାରତ-ଆମେରିକା ସମ୍ପର୍କ ବୃଦ୍ଧି ଦ୍ୱିପାକ୍ଷିକ ବାଣିଜ୍ୟ ନେଇ ମଧ୍ୟ ହୋଇପାରେ ଆଲୋଚନା।

ପ୍ରତିରକ୍ଷା ଓ ଆର୍ଥିକ କ୍ଷେତ୍ରରେ ସହଯୋଗ ବଢ଼ାଇବା ଉପରେ ରହିବ ଗୁରୁତ୍ୱ। ସୁରକ୍ଷା ସହଯୋଗ ଓ ଆଫଗାନ ସ୍ଥିତି କଥା ମଧ୍ୟ ପଡ଼ିବ। ଅନ୍ୟପଟେ କୋଭିଡ-୧୯ ଭ୍ୟାକସିନ ବାବାଦରେ ମଧ୍ୟ ଦୁଇନେତା କଥା ହୋଇପାରନ୍ତି ।  ପାକିସ୍ତାନ କାର୍ଯ୍ୟକଳାପ ନେଇ ମଧ୍ୟ ପ୍ରସଙ୍ଗ ଉଠିବ।

ଆଫଗାନୀସ୍ତାନରେ ମଧ୍ୟ ପାକିସ୍ତାନ ମୁଣ୍ଡଖେଳଉଛି । ଏହା ବିଶ୍ୱ ପାଇଁ ବିପଦ ଜନକ ହୋଇଥିବା ବେଳେ ଭାରତ ପାଇଁ ମଧ୍ୟ ବିପଦ। ଆମେରିକା ପାକିସ୍ତାନ ଉପରେ କୌଣସି ଚାପ ପକାଇବା ଦରକାର। ବିଶ୍ୱ ଶାନ୍ତି ଦିନକୁ ଦିନ ବିଗିଡିବାରେ ଲାଗିଛି । ବାଇଡେନଙ୍କ ସହ ମୋଦି ବୈଠକ ସମୟରେ ଏସବୁ କଥା ଉଠିପାରେ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.