Latest Odisha News

BREAKING NEWS

“ଦ କପିଲ ଶର୍ମା ସୋ” ବିରୋଧରେ କୋର୍ଟରେ ମାମଲା ଦାୟର

ମୁୁମ୍ବାଇ: ପୁଣିଥରେ ବିବାଦ ଘେରକୁ ଆସିଛି ଦ କପିଲ ଶର୍ମା ସୋ’ । ହେଲେ ଏଥର ସୋ’ର ସମସ୍ତ କ୍ରିଉ ବିରୋଧରେ ଆସିଛି ଏକକାଳୀନ ଅଭିଯୋଗ । ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲା କୋର୍ଟରେ ଦ କପିଲ ଶର୍ମା ସୋ’ ବିରୋଧରେ ମାମଲା ଦାୟର ହୋଇଥିବା ଜଣାପଡିଛି ।

ଟେଲି ଟାଉନର ଏହି ଚର୍ଚ୍ଚିତ କମେଡି ସୋ’ର ଏକ ଏପିସୋଡରେ କୋର୍ଟରୁମ ଡ୍ରାମାରେ ଅଭିନେତା ଓ ଅଭିନେତ୍ରୀମାନେ ମଦ୍ୟପ ଭାବେ ଅଭିନୟ କରିଥିଲେ । ଏହି ଘଟଣାରେ ଖପ୍ପା ହୋଇ ଜଣେ ଓକିଲ ସିଜେଏମ୍ କୋର୍ଟରେ ଏଫ୍‌ଆଇଆର୍ ଦେଇଛନ୍ତି । ଓକିଲଙ୍କ ଅନୁଯାୟୀ କପିଲଙ୍କ ସୋ’ରେ ନାରୀମାନଙ୍କୁ ସବୁବେଳେ ସମାଲୋଚନା କରାଯାଇଥାଏ । ତେବେ କୋର୍ଟରୁମକୁ ନେଇ ଥଟ୍ଟାମଜା କରିବା ଆଦୌ ଗ୍ରହଣୀୟ ନୁହେଁ । ସେଥିପାଇଁ ଧାରା ୩୫୬/୩ ଆଧାରରେ ସୋ’ ବିରୋଧରେ ମାମଲା ଦାୟର କରାଯାଇଛି ।

ଗତବର୍ଷ ଜାନୁଆରୀ ୧୯’ ତାରିଖ ଓ ଚଳିତବର୍ଷ ଅପ୍ରେଲ୍ ୨୪’ ତାରିଖରେ ଯେଉଁ ଏପିସୋଡର ରିପିଟ୍ ଟେଲିକାଷ୍ଟ ହୋଇଥିଲା, ସେଥିରେ ସ୍ପଷ୍ଟ ଭାବେ କୋର୍ଟରୁମକୁ ଅବମାନନା କରାଯାଇଥିଲା । ତେବେ ବହୁ ସମୟରେ ବାଦ ବିବାଦରେ ଫସିରହିଥିବା ଏହି ସୋ’ ଦୀର୍ଘ ୭ ମାସ ଅଫ୍ ଏୟାର ହେବା ପରେ ଚଳିତବର୍ଷ ଅଗଷ୍ଟ ୨୧’ ତାରିଖରେ ପୁଣିଥରେ ନୂଆରୂପରେ ଦର୍ଶକଙ୍କ ସାମ୍ନାକୁ ଆସିଥିଲା ।

Leave A Reply

Your email address will not be published.