Latest Odisha News

BREAKING NEWS

ପିପିଲି ବିଧାନସଭା ଉପନିର୍ବାଚନ ଭୋଟ ଗଣତି ପାଇଁ ତାଲିମ ଶିବିର

ପୁରୀ : ପିପିଲି ବିଧାନସଭା ଉପନିର୍ବାଚନ ଭୋଟ ଗଣତି ପାଇଁ ଅନୁଷ୍ଠିତ ହୋଇଛି ତାଲିମ ଶିବିର । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ସୁପରଭାଇଜର ଓ କାଉଣ୍ଟିଂ ଆସିଷ୍ଟାଣ୍ଟ ମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ତାଲିମ ପ୍ରଦାନ କରିଥିଲେ । ଗଣତି ପାଇଁ ଦୁଇଟି କକ୍ଷରେ ୧୪ଟି ଟେବଲ ଏବଂ ଅନ୍ୟ ଗୋଟିଏ ଟେବଲରେ ପୋଷ୍ଟାଲ ବାଲାଟ ଗଣତି କରାଯିବ । ଏହି ଅବସରରେ ଗଣତି ସମ୍ବନ୍ଧୀୟ ସମସ୍ତ ପ୍ରସଙ୍ଗ ଉପରେ ତାଲିମ ପ୍ରଦାନ କରାଯାଇଛି ।

ଆସନ୍ତା ୨୮ ତାରିଖରେ ପୋଲିଂ ପାର୍ଟି ପିପିଲି ଓ ଡେଲାଙ୍ଗରେ ଥିବା ବୁଥ ଅଭିମୁଖେ ଯାତ୍ରା କରିବେ । ଏଥିପାଇଁ ପେଣ୍ଠକଟା ସ୍ଥିତ ୱେୟାର ହାଉସରେ ସମସ୍ତ ପ୍ରସ୍ତୁତି କରାଯାଇଛି । ଆସନ୍ତା ୩୦ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗଣତି ହେବ । ସେହିପରି ଅକ୍ଟୋବର ୩ ତାରିଖରେ ଭୋଟ ଗଣତି ହେବ । ତାଲିମ ପ୍ରଦାନ ସାଧାରଣ ପର୍ଯ୍ୟବେକ୍ଷକ ଏମ୍ ବୀରବ୍ରହ୍ମୟା, ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ପ୍ରଦୀପ କୁମାର ସାହୁ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ସୁଭାଷନାଥ ଶର୍ମା, ଡେପୁଟି କଲେକ୍ଟର ସୁମନ୍ତ କର, ଜିତେନ୍ଦ୍ର କୁମାର ପାତ୍ର, ବିଡିଓ, ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.