Latest Odisha News

BREAKING NEWS

ଭାରତ ସୀମା ନିକଟରେ ଚୀନ ତିଆରି କଲାଣି ୬୮୦ ଗ୍ରାମ !

ନୂଆଦିଲ୍ଲୀ: ଭାରତକୁ ହଇରାଣ କରିବା ପାଇଁ ଚୀନ ତାର କୂଟନୀତି ପଦକ୍ଷେପରୁ ବାଦ୍ ପଡୁନି । ଏବେ ଭାରତ ସୀମା ନିକଟରେ ଚୀନ ୬୮୦ଟି ଗ୍ରାମ ତିଆରି କରି ସରିଛି । ଯାହାକି ଭାରତ ପାଇଁ ଚିନ୍ତାର କାରଣ ବୋଲି ବିଶେଷଜ୍ଞମାନେ କହିଛନ୍ତି । ସୀମା ଉପରେ ନଜର ରଖିବା ପାଇଁ ଡ୍ରାଗନ ଏହି ଚାଲ ଚଳାଇଛି । ସେହିପରି ଏହି ସୀମା ନିକଟରେ ରହୁଥିବା ଭାରତୀୟଙ୍କୁ ଆକୃଷ୍ଟ କରି ବିରୋଧୀ କରାଇବା ମଧ୍ୟ ଚୀନ ଷଡଯନ୍ତ୍ର ରଚୁଛି ।

ରାଷ୍ଟ୍ରୀୟ ରକ୍ଷା ୟୁନିଭରସିଟିର ଏକ କାର୍ଯ୍ୟକ୍ରମରେ ଉପଦେଷ୍ଟା ବୋର୍ଡ ସଦସ୍ୟ କ୍ରିଷନ ବର୍ମା କହିଛନ୍ତି । ଭାରତ ଏବେଠାରୁ ଏ ନେଇ ଆବଶ୍ୟକ ପନ୍ଥା ଗ୍ରହଣ କରୁ ବୋଲି ବିଶେଷଜ୍ଞମାନେ ଚେତାଇ ଦେଇଛନ୍ତି ।

Comments are closed.