କରାଚୀ: ଆତଙ୍କବାଦୀଙ୍କୁ ସମର୍ଥନ କରୁଥିବା ପାକିସ୍ତାନ ଏବେ ନିଜେ ଏଥିରେ ଫସିବା ଆରମ୍ଭ କରିଛି । ଆଫଗାନିସ୍ତାନରେ ତାଲିବାନ ସରକାରକୁ ସମର୍ଥନ କରିବା ପରେ ପାକିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ସୋମବାର ବାଲୋଚିସ୍ତାନରେ ମହମ୍ମଦ ଅଲୀ ଜିନ୍ନାଙ୍କ ପ୍ରତିମୂର୍ତିକୁ ଆତଙ୍କବାଦୀମାନେ ବିସ୍ଫୋରଣ କରି ଉଡାଇ ଦେଇଛନ୍ତି । ପ୍ରତିବନ୍ଧିତ ସଂଗଠନ ବାଲୁଚି ଫ୍ରଂଟ ନିଜକୁ ଦାୟୀ କରିଛି ।
ଗ୍ୱାଦରର ସମୂଦ୍ରକୂଳରେ ଏହି ବିଶାଳକାୟ ପ୍ରତିମୂର୍ତିରେ ଆଗୁଆ ବୋମା ଖଂଜା ଯାଇଥିଲା । ପରେ ଏହାକୁ ବିସ୍ଫୋରଣ କରି କ୍ଷତିଗ୍ରସ୍ତ କରାଯାଇଥିଲା । ଘଟଣାର ତଦନ୍ତ ଜୋରସୋରରେ ଚାଲିଛି । ବାଲୁଚ ରିପବ୍ଲିକାନ ଆର୍ମି ପ୍ରବକ୍ତା ବବଗର ବାଲୋଚ ଏ ସମ୍ପର୍କରେ ଟୁଇଟ କରି ସୂଚନା ଦେଇଥିଲେ ।
Comments are closed.