Latest Odisha News

‘ବିଦ୍ୟାଭାରତୀଙ୍କୁ ଗିରଫ କାହିଁକି କରୁନ’–ସୌମ୍ୟଙ୍କ ବାପା

କଟକ : ଏସିଏଫ୍‌ ସୌମ୍ୟରଞନ ମୃତ୍ୟୁ ମାମଲା  ୭୫ ଦିନ ବିତିଲାଣି କିନ୍ତୁ ଏଯାଏଁ  ରହସ୍ୟଜନକ ମୃତ୍ୟୁ ଘଟଣା ଉପରୁ ପର୍ଦ୍ଦା ଉଠିଲା ନାହିଁ । ତେଣୁ ମାମଲାର ପୁନଃ ତଦନ୍ତ ପାଇଁ ଦାବି କରିଛନ୍ତି ମୃତ ସୌମ୍ୟଙ୍କ  ବାପା । ଆଜି କଟକ ସ୍ଥିତ କ୍ରାଇମବ୍ରାଞ୍ଚ ମୂଖ୍ୟାଳୟରେ ପହଞ୍ଚି ADG ଙ୍କୁ  ଭେଟି ନିଜ ଦାବି ରଖିଛନ୍ତି ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର । ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦିକୁ ନେଇ ସେ ସନ୍ଦେହ ପ୍ରକଟ କରିଛନ୍ତି । ଏଯାଏଁ କାହିଁକି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଗିରଫ କରାଯାଇନାହିଁ ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟଙ୍କ ବାପା । ପାରଳାଖେମୁଣ୍ଡି ଡିଏଫ୍ଓଙ୍କୁ ବଦଳି ନକଲା ଯାଏଁ ତଦନ୍ତରେ ସ୍ବଛତା ରହିବନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ।

ଏସିଏଫ୍‌ ସୌମ୍ୟରଞନ ମୃତ୍ୟୁ ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଏହା ଭିତରେ ଏକାଧିକ ବ୍ୟକ୍ତିଙ୍କୁ ପଚରା ଉଚରା କରା ସରିଲାଣି । ମୃତ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ସମେତ ପାରଳାଖେମୁଣ୍ଡି  ଡିଏଫଓଙ୍କ  ଲାଏ ଡିଟେକ୍ସନ ଟେଷ୍ଟ ମଧ୍ୟ ହୋଇସାରିଛି ।  ହେଲେ ଏଯାଏଁ ସେହି ରହସ୍ୟଜନକ ଘଟଣା ଉପରୁ ପର୍ଦ୍ଦା ଉଠାଇପାରିଲା ନାହିଁ କ୍ରାଇମବ୍ରାଞ୍ଚ ।

ପୁଅକୁ ହରାଇବାର ୭୫ ଦିନ ବିତିଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ତାହାର ତଦନ୍ତ ଠିକ୍ ଭାବେ କରିପାରି ବୋଲି କ୍ଷୋଭର ସହ କହିଛନ୍ତି । ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ସଠିକ୍ ଢଙ୍ଗରେ ତଦନ୍ତ କରି ଉଚିତ୍ ନ୍ୟାୟ ପ୍ରଦାନ କରିବା ପାଇଁ ଆଜି କଟକ ବକ୍ସିବଜାର ସ୍ଥିତ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ପହଞ୍ଚି ଏଡିଜିଙ୍କୁ ଭେଟିଥିଲେ।

Comments are closed.