Latest Odisha News

BREAKING NEWS

ବିଦ୍ୟୁତ ଆଘାତରେ ଯୁବକ ମୃତ

ଜୟପୁର : ବିଦ୍ୟୁତ ଆଘାତରେ ଯୁବକଙ୍କ ଜୀବନ ଗଲା । କୋଟପାଡ ଥାନା ଅନ୍ତର୍ଗତ କୁର୍ମାକୋଟ ଗ୍ରାମରେ ଏପରି ଅଘଟଣ ଘଟିଛି। ଘରୋଇ କାର୍ଯ୍ୟରେ ନିୟୋଜିତ ଥିବା ଜଣେ ଶ୍ରମିକ ବିଦ୍ୟୁତ ସଂସ୍ପର୍ଶରେ ଆସି ତାର ମୃତ୍ୟୁ ହୋଇଯାଇଛି । ସୂଚନା ଅନୁସାରେ କୁର୍ମାକୋଟ ଗାଁ ର ମଧୁ ହରିଜନଙ୍କ ଘରେ ତିନି ଦିନ ପୂର୍ବ ରୁ ନିଆଁ ଲାଗିଯାଇ ଥିଲା । ଆଉ ସେହି ଘରକୁ ସଫା କରିବା ପାଇଁ ଉକ୍ତ ଗାଁ ର ଶ୍ରମିକ ତୁଳାରାମ ଯାଇଥିଲେ।

ଘର ସଫା କରବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଅଚେତ ହୋଇ ଘଟଣା ସ୍ଥଳରେ ପଡ଼ିଯାଇ ତାଙ୍କର ମୃତ୍ୟୁ ହୋଇଯାଇଛି । ପରେ ଶ୍ରମିକଙ୍କ ଭାଇ ସେଠାରେ ପହଁଚି ବୋରିଗୁମ୍ମା ଡାକ୍ତରଖାନାରେ ଭର୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅନ୍ୟପଟେ ମୃତକଙ୍କ ଭାଇ ତଦନ୍ତ ପାଇଁ ଦାବି କରିଛନ୍ତି । ମେଡିକାଲ ପକ୍ଷରୁ ମଧ୍ୟ ପୋଲିସକୁ ସୂଚନା ଦିଆଯାଇଛି ବୋରିଗୁମ୍ମା ଗୋଷ୍ଠୀସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି।

Leave A Reply

Your email address will not be published.