Latest Odisha News

BREAKING NEWS

ଆମେରିକାରେ କରୋନା ମୃତ୍ୟୁ ୭ ଲକ୍ଷ ପାର୍‌

ନୂଆଦିଲ୍ଲୀ: ଆମେରିକାରେ କରୋନା ଭାଇରସରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ଶୁକ୍ରବାର ଦିନ ୭ ଲକ୍ଷ ଅତିକ୍ରମ କରିଛି। ଏଥି ସହିତ, ଅତ୍ୟଧିକ ସଂକ୍ରାମକ ଡେଲଟା ପ୍ରଜାତି ମାମଲା ହ୍ରାସ ପାଇବାରେ ଲାଗିଛି ଏବଂ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା କିଛି ମାତ୍ରାରେ ହ୍ରାସ ପାଇଛି। ଆମେରିକାରେ ଡେଲ୍‌ଟା ପ୍ରଜାତି ବିସ୍ତାର ହେତୁ ମୃତ୍ୟୁ ସଂଖ୍ୟା ୬ରୁ ୭ ଲକ୍ଷରେ ପହଞ୍ଚିବାକୁ ସାଢେ ତିନି ମାସ ସମୟ ଲାଗିଥିଲା।

ଅନୁମାନ କରାଯାଉଛି ଯେ ୭୦ ମିଲିୟନ ଯୋଗ୍ୟ ଆମେରିକୀୟ ଏପର୍ଯ୍ୟନ୍ତ ଟିକା ଗ୍ରହଣ କରିନାହାଁନ୍ତି।ସେପ୍ଟେମ୍ବର ଆରମ୍ଭରେ ୯୩,୦୦୦ ତୁଳନାରେ ସମଗ୍ର ଦେଶରେ କୋଭିଡ-୧୯ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ପ୍ରାୟ ୭୫,୦୦୦ ରହିଛି। ସଂକ୍ରମଣର ନୂଆ ମାମଲା ହ୍ରାସ ପାଉଛି। ମୃତ୍ୟୁସଂଖ୍ୟା ମଧ୍ୟ ହ୍ରାସ ପାଉଥିବା ଜଣାପଡିଛି।

Comments are closed.