Latest Odisha News

ବିଜୁଳିର ବିଭିନ୍ନ ସମସ୍ୟାକୁ ନେଇ ଆମ୍ ଆଦମୀ ପାର୍ଟିର ଧାରଣା

ପୁରୀ: ବିଜୁଳିର ବିଭିନ୍ନ ସମସ୍ୟା ନେଇ ଆମ୍ ଆଦମୀ ପାର୍ଟି ତରଫରୁ ପୁରୀ ରେଡ଼କ୍ରସସ୍ଥିତ ମୁଖ୍ୟ ବିଜୁଳି ଅଫିସ୍ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ପ୍ରଦର୍ଶନ କରାଯାଇଛି। ଅହେତୁକ ବିଦ୍ୟୁତ ଦରବୃଦ୍ଧି ଓ ତୃଟିପୂର୍ଣ୍ଣ ବିଦ୍ୟୁତ ବିଲକୁ ବିରୋଧ ଏବଂ ଓଡ଼ିଶାର ବିଜୁଳି ଉପଭୋକ୍ତାଙ୍କୁ ୨୦୦ୟୁନିଟ୍ ପର୍ଯ୍ୟନ୍ତ ବିନା ଶୁଳ୍କରେ ନିରବିଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଦାବି ନେଇ ବିକ୍ଷୋଭ କରାଯାଇଛି।

ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୮ଦଫା ଦାବି ନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଏକ ଦାବିପତ୍ର ଦିଆଯାଇଛି। ଏହାର ଅନ୍ୟ ଏକ ପତ୍ର ପୁରୀ ଜିଲ୍ଲାପାଳ ଏବଂ ଏସଡ଼ିଓ ପୁରୀ ଇଲେକ୍ଟ୍ରିକାଲ ଡିଭିଜନଙ୍କୁ ଦିଆଯାଇଛି। ଓଡ଼ିଶାର ଶକ୍ତିମନ୍ତ୍ରୀ ଏବଂ ଓଇଆରସିଙ୍କୁ ଦାବିପତ୍ର କପି ପୋଷ୍ଟାଲ ମାଧ୍ୟମରେ ପଠାଯିବ।

ଧାରଣାରେ ଆମ୍ ଆଦମୀ ପାର୍ଟି ଜିଲ୍ଲା ଆବାହକ ସଞ୍ଜୀବ କୁମାର ମହାନ୍ତି, ସାମାଜିକ କର୍ମୀ ପବିତ୍ର ମୋହନ ଦଳାଇ, ଜିଲ୍ଲା ମିଡ଼ିଆ ସଂଯୋଜକ ସମୀର ସାମନ୍ତରାୟ, ପୌରପାଳିକା ଅଧ୍ୟକ୍ଷ ଅନିଲ କୁମାର ସେନାପତି, ଜିଲ୍ଲା ସାମାଜିକ ମିଡ଼ିଆ ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି, ଜିଲ୍ଲା ସମ୍ପାଦକ ବସିଷ୍ଟ ରଥ, କୋଷାଧ୍ୟକ୍ଷ ଅଭିଷେକ ପାଣିଗ୍ରାହୀ, ଆମ୍ ଆଦମୀ ପାର୍ଟି ଯୁବ ସଂଗଠକ ରୁଦ୍ର ପଢ଼ିଆରି, ପ୍ରକାଶ ପ୍ରଧାନ, ବିରଜା ପ୍ରସାଦ ନାଥ, ଦେବ ପ୍ରଧାନ, ଆକାଶ ପଟ୍ଟନାୟକ, ଶିଶିର ପାଢ଼ୀ, ରାଜେଶ ପଣ୍ଡା,ସତ୍ୟ ପଟ୍ଟନାୟକ, ଟୁଲୁ ପଣ୍ଡା, ଆଦିତ୍ୟ, ସନ୍ତୋଷ, ରବିନାରାୟଣ ଦାସ, ଜିତେନ୍ଦ୍ର, ରମେଶ ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

Comments are closed.