Latest Odisha News

BREAKING NEWS

ବଲାଙ୍ଗିରରେ କାବୁ ହେଲା ଏଟିଏମ୍ ଲୁଟେରା

ବଲାଙ୍ଗିର : ବଲାଙ୍ଗିରରେ କାବୁ ହେଲେ ଏଟିଏମ୍ ଲୁଟେରା । ଏଟିଏମ ଭିତରେ ସାହାଯ୍ୟ ବାହାନାରେ ଅଭିନବ ଉପାୟରେ ଲୁଟ୍ କରୁଥିବା ବେଳେ ଜଣଙ୍କୁ କାବୁ କରିଛନ୍ତି ଲୋକେ । ଘଟଣାରେ ଆଉ ୨ ଜଣ ଫେରାର ହୋଇଯାଇଛନ୍ତି । ଅଟକ ଥିବା ଲୁଟେରାକୁ ଲୋକେ ଟାଉନା ଥାନା ପୋଲିସ ଜିମା ଦେଇଛନ୍ତି । ଅଟକ ଲୁଟେରା ଜଣକର ପରିଚୟ ମିଳିନଥିବା ବେଳେ, ଫେରାର ଲୁଟେରାଙ୍କୁ ପୋଲିସ କାବୁ କରିବାକୁ ଉଦ୍ୟମ କରୁଛି ।

ସୂଚନା ଅନୁସାରେ, ଦୈନିକ ବଜାର ଠାରେ ଥିବା ଏଚଡିଏଫସି ଏଟିଏମରୁ ଜଣେ ବ୍ୟକ୍ତିଙ୍କୁ ଟଙ୍କା ଉଠାଣ କରୁଥିବା ବେଳେ, ସାହାଯ୍ୟ କରିବାକୁ କହି ତାଙ୍କ କାର୍ଡରୁ ଅଭିନବ ଉପାୟରେ ଲୁଟ କରୁଥିଲେ ଲୁଟେରା । କିନ୍ତୁ ଏହା ଜାଣି ପାରି ଉପସ୍ଥିତ ଲୋକେ ଲୁଟେରାକୁ କାବୁ କରି ଟାଉନ ଥାନା ପୋଲିସର ଜିମା ଦେଇଥିଲେ । ଫେରାର ଥିବା ଲୁଟେରାଙ୍କୁ ଧରିବା ପାଇଁ ପୋଲିସର ଏକ ଟିମ୍ ଛାନବିନ୍ କରୁଛି । ଅଟକ ଥିବା ଲୁଟେରା ଜଣ ଅନ୍ତଃରାଜ୍ୟ ଏଟିଏମ ଲୁଟେରା ବୋଲି ଲୋକେ ସନ୍ଦେହ କରୁଛନ୍ତି । ଯୁବକ ଜଣକ ହିନ୍ଦୀରେ କଥାବାର୍ତ୍ତା କରୁଛି । ଅନ୍ୟପଟେ ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣକ କୌଣସି ଭିଯୋଗ କରିନାହାନ୍ତି ।

Comments are closed.