Latest Odisha News

ଗଞ୍ଜେଇ କାରବାରରେ ଲାଗିବ ରୋକ୍

ଭୁବନେଶ୍ୱର: ଦିନକୁ ଦିନ ବଢିଚାଲିଛି ନୀଳ ଜହର କାରବାର। ପ୍ରତିଦିନ କୌଣସି ନା କୌଣସି ସ୍ଥାନରୁ ଚଢାଉ ସମୟରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହେଉଛି । ତେବେ ଏହି ଗଞ୍ଜେଇ କାରବାର ରୋକିବାକୁ ବିଭିନ୍ନ ପଦକ୍ଷେପ ମାନେ ନିଆଯାଉଥିବା ବେଳେ ଏହା କିନ୍ତୁ ଫେଲ୍ ମାରୁଛି । ଏନେଇ ଆୟୋଜିତ ହୋଇଛି ଏକ ଉଚ୍ଚସ୍ତରୀୟ ବୈଠକ ।

ଗଞ୍ଜେଇ ଚାଷ ଓ କାରବାର ରୋକିବାକୁ ଉଚ୍ଚସ୍ତରୀୟ ବୈଠକ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଯେଉଁଥିରେ ଅବକାରୀ ସଚିବ ସୁଶୀଲ କୁମାର ଲୋହାନୀ ଯୋଗ ଦେଇ ଗଞ୍ଜେର ଚାଷ ମୂଳୋତ୍ପାଟନ ନେଇ ଆଲୋଚନା କରିଥିଲେ ।

ସମୀକ୍ଷା ପରେ ମିଳିତ ଅପରେସନ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ପୋଲିସ, ଅବକାରୀ ଓ ରାଜସ୍ୱ ବିଭାଗ ମିଳିତ ଭାବେ ଅପରେସନରେ ସାମିଲ୍ ହେବେ । ସ୍ଥାନୀୟ ଗୁଇନ୍ଦା ସୂତ୍ର ଆଧାରରେ ଗଞ୍ଜେଇ ଚାଷ ହେଉଥିବା ଅଞ୍ଚଳକୁ ଚିହ୍ନଟ ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଗଞ୍ଜେଇ ଅମଳ ପୂର୍ବରୁ ଚାଷ ନଷ୍ଟ ପାଇଁ ସାଟେଲାଇଟ୍ ଓ ଡ୍ରୋନର ବ୍ୟବହାର କରାଯାଇ ବେଆଇନ୍ ଚାଷ ଚିହ୍ନଟ ନେଇ ନିଷ୍ପତ୍ତି ହୋଇଛି ।

Comments are closed.