ଭୁବନେଶ୍ୱର : ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପ୍ରାଣନାଥ ପଟ୍ଟନାୟକଙ୍କ ସ୍ମୃତିରେ , ପ୍ରାଣନାଥ ସ୍ମୃତି କମିଟି ଆନୁକୂଲ୍ୟରେ , ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଏକ ସ୍ମୃତି ସଭା ଓ ପ୍ରାଣନାଥ ସମ୍ମାନ ୨୦୨୧ ଉତ୍ସବ ଆୟୋଜିତ ହୋଇଯାଇଛି।
ଏହି ଅବସରରେ ଙ୍ଘମିତ୍ରା ପତି (ସ୍ୱାସ୍ଥ୍ୟ ବିଜ୍ଞାନ) , ଘନଶ୍ୟାମ ମହାପାତ୍ର ( ଚଳଚ୍ଚିତ୍ର) , ସୂର୍ଯ୍ୟ ମିଶ୍ର ( ସାହିତ୍ୟ), ଗୀତା ଦାସ ( କଣ୍ଠଶିଳ୍ପୀ) ଏବଂ ତନୟା ଦାସ ଗୋସ୍ୱାମୀ ( ସଂସ୍କୃତି )ଙ୍କୁ ନିଜ ନିଜ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ଅବଦାନ ପାଇଁ ପ୍ରାଣନାଥ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା।
ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ଉପସଭାପତି ତଥା ‘ସମାଜ’ ର ପ୍ରକାଶକ ନିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟ ଅତିଥି, ସମ୍ବାଦର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ମୁଖ୍ୟବକ୍ତା , ପ୍ରତିଭା ରାୟ ପ୍ରମୁଖ ଯୋଗଦେଇ ସ୍ୱର୍ଗତଃ ପଟ୍ଟନାୟକଙ୍କ ବହୁମୁଖୀ ପ୍ରତିଭାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।
କ୍ଷୀରୋଦ ପ୍ରସାଦ ମହାନ୍ତିଙ୍କ ସ୍ୱାଗତ ଭାଷଣରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଦିଲ୍ଲୀପ ହାଲି ବିବରଣୀ ପ୍ରଦାନ କରିଥିଲେ ଏବଂ ଶ୍ରୀନିବାସ ଘଟୁଆରୀ ସଂଯୋଜନା କରିଥିଲେ।
Comments are closed.