Latest Odisha News

BREAKING NEWS

ଆଜି ପବିତ୍ର ମହାଳୟା, ସନ୍ଧ୍ୟାରେ ଗଡ଼ିବ ମା’ ବିରଜାଙ୍କ ରଥ

ଯାଜପୁର: ଆଜି ପବିତ୍ର ମହାଳୟା। ପିତୃପକ୍ଷ ପିଣ୍ଡ ଦାନ ପାଇଁ ଏକ ସ୍ୱତନ୍ତ୍ର ଦିନ। ଏହି ଦିନରେ ପିତୃପୁରୁଷଙ୍କୁ ପିଣ୍ଡ ଦାନ ପାଇଁ ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ପବିତ୍ର ମହାଳୟାରେ ବିରଜା ମନ୍ଦିରସ୍ଥିତ ନାଭିଗୟାରେ ପିଣ୍ଡଦାନ ଲାଗି ଶ୍ରଦ୍ଧାଳୁଙ୍କ ବିଶେଷ ଆଗ୍ରହ ରହିଛି। ତେଣୁ ମହାଳୟାରେ ନାଭିଗୟାରେ ପିଣ୍ଡ ଦାନ କଲେ ମୋକ୍ଷ ପ୍ରାପ୍ତି ହେବାର ବିଶ୍ୱାସ ରହିଛି।

ପିଣ୍ଡଦାନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। କୋଭିଡ଼୍ ଗାଇଡ଼ ଲାଇନ ପାଳନ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଆଜି ସନ୍ଧ୍ୟାରେ ବିରଜା କ୍ଷେତ୍ରରେ ଗଡ଼ିବ ମା’ ବିରଜାଙ୍କ ରଥ। ଏଥିପାଇଁ ଅପରାହ୍ନରେ ଯଜ୍ଞ ମଣ୍ଡପରେ ପୂଜାର୍ଚ୍ଚନା ଓ ରଥ ପ୍ରତିଷ୍ଠା ପରେ ଦେବୀଙ୍କ ଚଳନ୍ତି ପ୍ରତିମା ରଥଋଢ଼ ହେବେ। ଏହି ନଅଦିନ ରଥଯାତ୍ରାରେ ମା’ ରଥରେ ବସି ମନ୍ଦିର ପରିକ୍ରମା କରିବେ।

Comments are closed.