Latest Odisha News

BREAKING NEWS

ବେଲଗାମ୍ ଧଳା ଜହର କାରବାର

କଟକ: ଥମୁନି ଧଳାଜହର କାରବାର । କଟକରୁ ପୁଣି ଜବତ ହେଲା ଧଳାଜହର । ୨୬ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରିଛି କଟକ ଦରଘାବଜାର ଥାନା ପୋଲିସ । ବ୍ରାଉନ୍‌ସୁଗାର ବିକ୍ରି କରିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ ।

ବ୍ରାଉନ୍‌ସୁଗାର କାରବାର ନେଇ ପୋଲିସକୁ ସୂଚନା ମିଳିଥିଲା ।  ଦରଘାବଜାର ପୋଲିସ ଚଢାଉ କରି ପ୍ରାୟ ୨୬ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରିଛି । ଏହା ସହିତ ୩ ଜଣଙ୍କୁ ଗିରଫ ମଧ୍ୟ କରିଛି ପୋଲିସ । ସେମାନଙ୍କ ନିକଟରୁ ୧ଲକ୍ଷ ନଗଦ ଟଙ୍କା ଜବତ ମଧ୍ୟ ହୋଇଛି । ସମସ୍ତକୁ ପଚରାଉଚରା ଜାରି ରଖିଛି ପୋଲିସ ।

ସେହିପରି ବ୍ରାଉନ୍‌ସୁଗାର କାରବାରର ଚେର କେଉଁଆଡ଼େ ଲମ୍ବିଛି ।ଏମାନେ ସବୁ କେତେଦିନ ଠାରୁ ଏହି ଚୋରା କାରବାରରେ ସଂପୃକ୍ତ ଥିଲେ । ସେନେଇ ମଧ୍ୟ ଖୋଲତାଡ଼ ଜାରି ରଖିଛି ଦରଘାବଜାର ଥାନା ପୋଲିସ ।

Leave A Reply

Your email address will not be published.