Latest Odisha News

BREAKING NEWS

ଏସିଆର ପ୍ରଥମ ଖେଳାଳି ଭାବେ ଟି୨୦ରେ ୪୦୦ଛକା ମାରିଲେ ହିଟମ୍ୟାନ

ମୁମ୍ବାଇ: ଏସିଆର ପ୍ରଥମ ଖେଳାଳି ଭାବେ ଭାରତୀୟ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଟି୨୦ କ୍ରିକେଟରେ ୪୦୦ ଛକା ମାରିବା ଗୌରବ ଅର୍ଜନ କରିଛନ୍ତି । ହିଟମ୍ୟାନ ଭାବେ ପରିଚିତ ଏହି ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟ୍ସମ୍ୟାନ ରାଜସ୍ଥାନ ରୟାଲ୍ସ ବିପକ୍ଷ ମୁକାବିଲାରେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଏହି ମ୍ୟାଚରେ ୧୩ ବଲରୁ ୨ଛକା ଓ ଗୋଟିଏ ଚୌକା ସହାୟତାରେ ୨୨ ରନ କରିଥିଲେ ।

ତେବେ ଓଭରାଲ ସେ ବିଶ୍ୱର ୭ମ ଖେଳାଳି ଭାବେ ୪୦୦ ଛକା ମାରିଛନ୍ତି । ଟି୨୦ର ଦୁର୍ଦ୍ଦଷ ବ୍ୟାଟ୍ସମ୍ୟାନ ଭାବେ ପରିଚିତ କ୍ରିସ ଗେଲ ୧୦୦୦ରୁ ଅଧିକ ଛକା ମାରି ପ୍ରଥମ ସ୍ଥାନରେ ରହିଛନ୍ତି । ତାଙ୍କ ପଛକୁ କିରନ ପୋଲାର୍ଡ, ଆନ୍ଦ୍ରେ ରସେଲ, ବ୍ରେଣ୍ଡନ ମ୍ୟାକକୁଲାମ, ଶେନ ୱାଟସନ ଓ ଏବି ଡିଭିଲିୟର୍ସ ରହିଛନ୍ତି ।

Leave A Reply

Your email address will not be published.